ଯୋଡ଼ା/(ଶାସକ ପ୍ରଶାସକ) – ଆଜି ଯୋଡ଼ା ନଗର ବିଜେପି ସଭାପତି ସୁଶାନ୍ତ କୁମାର ବେବର୍ତ୍ତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଉପସଭାପତି ପାର୍ଥ ସାରଥୀ ଷଡ଼ଙ୍ଗୀ , ବିଚିତ୍ରାନନ୍ଦ ଦାଶ, ସମ୍ପାଦକ ଅନନ୍ତ ପ୍ରକାଶ ଟୁଡୁ , ନମାମି ଗଙ୍ଗେ ସହ ସଂଯୋଜକ ରଣଜିତ୍ ମହାକୁଡ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ଵେଶ୍ୱର୍ ଟୁଡୁଙ୍କୁ କେଉଁଝର ସର୍କିଟ ହାଉସରେ ଭେଟି ଯୋଡ଼ା ଭଳି ସର୍ବାଧିକ ରାଜସ୍ବ ଦେଉଥିବା ଆଉ ସବୁ ବେଳେ ରାଜନୈତିକ ଅବହେଳାର ଶିକାର ହେଉଥିବା ଅଞ୍ଚଳରେ ଗୋଟିଏ ସୁପର୍ ସ୍ପେଶାଲିଟି ହସ୍ପିଟାଲ ଓ ଏକ ନର୍ସିଂ ସ୍କୁଲ ଖୋଲିବା ଦାବି ନେଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ଯୋଡ଼ା ଖଣି ଅଞ୍ଚଳରେ କେନ୍ଦ୍ରୀୟ ଚିକିତ୍ସାଳୟଟିଏ ବହୁ ଆଗରୁ ଅଛି | କିନ୍ତୁ ସରକାର ଓ ଏଠିକାର ପୂର୍ବତନ ଏବଂ ଏବେକାର ବିଧାୟକ , ସାଂସଦଙ୍କ ଉଦାସୀନତା,ଅବହେଳା, ଅଣଦେଖା,ଅପରିଣାମଦର୍ଶିତା ପାଇଁ ଆଜି ତାହା ବନ୍ଦ ହୋଇଯିବା ଅବସ୍ଥାରେ ପହଞ୍ଚିଛି । ଯୋଡ଼ା ଭଳି ଦୁର୍ଗମ ଖଣି ଅଞ୍ଚଳ ରେ ଚିକିତ୍ସାର କିଛି ସୁବିଧା ନାହିଁ କହିଲେ ଚଳେ । ଏଠାକାର ଖଣି ଅଞ୍ଚଳର ପରିବେଶ ପାଇଁ ଲୋକେ ଦୁରାରୋଗ୍ୟରେ ପଡି ଭଲ ଚିକିତ୍ସା ସୁବିଧା ପାଇ ପାରୁନାହାନ୍ତି। କେବଳ କମାର ଯୋଡ଼ା ରେ ଗୋଟେ ସରକାରୀ ଡାକ୍ତଖାନା ଓ ଯୋଡ଼ା ୱେଷ୍ଟରେ ଟାଟା କମ୍ପାନୀର ଡାକ୍ତର ଖାନା ଅଛି | କିନ୍ତୁ ଆନୁଷଙ୍ଗିକ ପରୀକ୍ଷାଗାର କିମ୍ବା ଯନ୍ତ୍ରପାତି ଓ ଭଲ ଡାକ୍ତରଙ୍କ ଅଭାବ ସବୁ ବେଳେ ରହି ଆସିଛି । କିନ୍ତୁ ପୂର୍ବତନ ଓ ବର୍ତ୍ତମାନର ସାଂସଦ ବିଧାୟକଙ୍କ ନଜରରେ ଏହା କେବେ ବି ଦେଖାଯାଇନି କି କେବେ ଏହା ଉପରେ କିଛି କାର୍ଯ୍ୟ କରି ନାହାନ୍ତି । କେବଳ ନିର୍ବାଚନ ଭେଳିକି କରି ଭୋଟ ପାଇଁ ଜିତି ସାରିଲା ପରେ ନିଜ ସ୍ବାର୍ଥ ହିଁ ଦେଖିଛନ୍ତି। ଏତେ ବଡ଼ ରାଜସ୍ବ ଦେଉଥିବା ଏହି ଖଣି ଅଞ୍ଚଳ ର ଲୋକଙ୍କ କଣ୍ ଭଲ ଚିକିତ୍ସା ସୁବିଧା ପାଇବା ହକ ନାହିଁ? ଦୁରାରୋଗ୍ୟ ରେ ପୀଡ଼ିତ ହେଲେ ଏଠାରୁ ଜାମସେଦପୁର କିମ୍ବା ଭୁବନେଶ୍ୱର, କଟକ ଯିବା ଛଡ଼ା ବାଟ କିଛି ନାହିଁ । ଆଉ ଯଦି ରାସ୍ତା ଜାମ୍ ତେବେ ରୋଗୀ ରାସ୍ତାରେ ପ୍ରାଣ ହରାଇବାର ଦୃଷ୍ଟାନ୍ତ ବହୁତ୍ ଅଛି | କିନ୍ତୁ ଏଠାକାର ରାଜନେତା, ବିଧାୟକ ,ସାଂସଦଙ୍କ ଏଥି ପ୍ରତି କିଛି ନିଘା ନାହିଁ ବୋଲି ଅଞ୍ଚଳ ବାସୀ ଭଲ ଭାବରେ ବୁଝି ସାରିଲେଣି। ଏହାକୁ ହୃଦୟଙ୍ଗମ କରି ପୂର୍ବତନ ଜିଲ୍ଲା ସଭାପତି ଓ ଏବେକାର ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ ଯୋଡ଼ା ନଗର ସଭାପତି ସୁଶାନ୍ତ ବେବର୍ତ୍ତା ଓ ତାଙ୍କ ଟିମ୍ ସହ ନିଜେ ଯାଇ କେନ୍ଦ୍ରୀୟ ଚିକିତ୍ସାଳୟ ପରିଦର୍ଶନ କରି ଅଞ୍ଚଳ ବାସି ଙ୍କ ଅସୁବିଧାକୁ ହୃଦୟଙ୍ଗମ କରି କେଉଁଝର ଆସିଥିବା କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱେଶ୍ଵର୍ ଟୁଡୁଙ୍କୁ ସାକ୍ଷାତ କରି କେନ୍ଦ୍ରୀୟ ଚିକିତ୍ସାଳୟ କୁ ସୁପର୍ ସ୍ପେଶାଲିଟି ଚିକିତ୍ସାଳୟରେ ରୂପାନ୍ତରିତ କରି ତା ସହିତ ଏକ ନର୍ସିଂ କଲେଜ କଲେ ଏଠାକାର ଆଦିବାସୀ ଓ ସାଧାରଣ ବର୍ଗ ର ଝିଅ ପିଲା ମାନେ ଉପକୃତ ହୁଅନ୍ତେ ବୋଲି ଦାବି ଉପସ୍ଥାପିତ କରିଛନ୍ତି | ସ୍ମାରକ ପତ୍ର ଦେବା ଅବସର ରେ କେନ୍ଦ୍ର ମନ୍ତ୍ରୀ ଙ୍କ ସହ ଓଡ଼ିଶା ବିଧାନସଭାର ମୁଖ୍ୟସଚେତକ ବିଜେପି ସଦର ବିଧାୟକ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଜିଲ୍ଲା ସଭାପତି ଶ୍ରୀମାନ୍ ଅଂଶୁମାନ ସବୁଜ ମହାନ୍ତ ବର୍ମା ଓ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀଯୁକ୍ତ ରାଧାକାନ୍ତ ମହାନ୍ତ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post