ପି.ଆର. ହାଇସ୍କୁଲ ଇନଡୋର ଷ୍ଟାଡିୟମ ପରିଦର୍ଶନ କଲେ ନରସିଂହ

0

ସେପ୍ଟେମ୍ବର ଶେଷ ସୁଦ୍ଧା କାମ ସାରିବା ଉପରେ ଦେଲେ ଗୁରୁତ୍ୱ

ବଲାଙ୍ଗିର(ନିରୋଜ ମିଶ୍ର) –  ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ପରିସରରେ ନିର୍ମଣଧିନ ବ୍ୟାଡମିଣ୍ଟର ଇନ୍ଡୋର ଷ୍ଟାଡିୟମର କାର୍ଯ୍ୟ ତଦାରଖ କରିଛନ୍ତି । ୧୦ କୋଟି ଟଙ୍କା ବ୍ୟୟରେ ନିର୍ମଣ ହେଉଥିବା ଏହି ଇନ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ ଗେଲ ଇଣ୍ଡିଆ ଲିମିଟେଡ୍ କମ୍ପେନିର ସିଏସ୍ଆର ଅନୁଦାନରୁ ନିର୍ମାଣ ହେଉଛି । ୨୦୧୯ ରୁ ଆରମ୍ଭ ହୋଇଥିବା ଏହି ଷ୍ଟାଡିୟମର କାମ ଏହି ମାସ ସେପ୍ଟେମ୍ବର ସୁଦ୍ଧା ସାରିବା ପାଇଁ ଧାର୍ଯ୍ୟ ରଖାଯାଇଛି । ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ଷ୍ଟାଡିୟମ ଭିତରେ ଖେଳାଳି, ଅତିଥି, ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା ହୋଇଥିବା ବିଭିନ୍ନ ପ୍ରକାର ବ୍ୟବସ୍ଥାର ନିର୍ମାଣ କେମିତି ଚାଲିଛି ପ୍ରକଳ୍ପ ଡିଜାଇନର ତଥା କାର୍ଯ୍ୟ ତଦାରଖ କରୁଥିବା ଗିତିକଣ୍ଠ ଦାଶଙ୍କ ଠାରୁ ପ·ରି ବୁଝିବା ସହ ନିର୍ମାଣ କାର୍ଯ୍ୟର ମାନ ଉପରେ କୌଣସି ପ୍ରକାର ସାଲିସ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଷ୍ଟାଡିୟମ ଭିତରେ ଦିଆଯାଇଥିବା ବିଭିନ୍ନ ସୁବିଧା ଭିତରେ ୭୫୦ ଦର୍ଶକଙ୍କ ପାଇଁ ଗ୍ୟାଲେରୀ, ଖେଳାଳିଙ୍କ ପାଇଁ ୪ଟି ଅନ୍ତର୍ଜାତିକ ସ୍ତରର ବ୍ୟାଡମିଣ୍ଟନ କୋଟ, ଦର୍ଶକ ଓ ଖେଳାଳିଙ୍କ ପାଇଁ ଅଲଗା ଅଲଗା ଚୟଲେଟ, ସ୍ୱତନ୍ତ୍ର ଅଡ୍ମିଷ୍ଟେଟିଭ୍ ବ୍ଲକ, ବିଜୁଳି ପାଇଁ ସ୍ୱତନ୍ତ୍ର ସୋଲାର ଟେନେଲ, ୱାଟର ହାରବେଷ୍ଟିଂ ସିଣ୍ଟମ, ସ୍ୱତନ୍ତ୍ର ପାର୍କି ଜୋନ, କନ୍ଫରେନ୍ସ ଓ ଟେବୁଲ ଟେନିସ ହଲ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଟୟଲେଟ, ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବସିବା ସ୍ଥାନ, ଗେଷ୍ଟ ରୁମ, ଷ୍ଟୋର ରୁମ ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ନିର୍ମାଣ କାର୍ଯ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚôଯାଇଛି ଏବଂ ଏହା ସେପ୍ଟେମ୍ବର ସୁଦ୍ଧା ସମ୍ପୁର୍ଣ୍ଣ ହେବ ବୋଲି ନିର୍ମାଣ ସଂସ୍ଥା ତରଫରୁ ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲାରେ ବ୍ୟାଡମିଣ୍ଟନ ଖେଳର ଇତିହାସ ବେଶ ସମ୍ପନ୍ନ ଥିବା ବେଳେ ଗତ ୮ ରୁ ୧୦ ବର୍ଷ ହେବ ଅନେକ ଖେଳାଳି ରାଜ୍ୟ ଚମ୍ପିୟାନ ହେବା ସହ ରାଜ୍ୟ ସ୍ତରରୁ ଜାତୀୟ ସ୍ତରରେ ଭାଗ ନେଇଛନ୍ତି । ଏହି ଇନ୍ଡୋର ଷ୍ଟାଡିୟମରେ ଆଗାମୀ ଦିନରେ କେବଳ ରାଜ୍ୟ ନୁହେଁ ଆମ ଅଂଚଳରୁ ଜାତୀୟ ସ୍ତରର ବ୍ୟାଡମିଣ୍ଟନ ଖେଳାଳି ସୃଷ୍ଟି କରିବାରେ ସହାୟକ ହେବ ବୋଲି ବିଧାୟକ ନରସିଂହ ମିଶ୍ର ଦୃଢ ଆଶା ରଖିଛନ୍ତି ।

Leave A Reply

Your email address will not be published.