ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ସିମାନ୍ତବର୍ତୀ ଅଞ୍ଚଳ ଝାରବନ୍ଧ ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠାକାର ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ତଥା ଗରିବ ଶ୍ରେଣୀର ଲୋକଙ୍କ ପିଲାମାନେ କମ ଖର୍ଚ୍ଚରେ ବେସରକାରୀ ସ୍କୁଲର ପାଠ ପଢି ପାରିବେ ସେଥିପାଇଁ ଠାକୁର ବାଳ୍ମିକି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସନଦାଦର ଠାରେ ବିନାୟକ ପବ୍ଳିକ ସ୍କୁଲ ନାମରେ ଏକ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲା ଯାଇଛି । ବିଦ୍ୟାଦାତା ଶ୍ରୀ ଗଣେଶ ଚତୁର୍ଥୀ ଦିନ ଏହି ସ୍କୁଲର ଶୁଭାରମ୍ଭ କରାଯାଇଛି । ଗୋଠୁଗୁଡା ସରପଞ୍ଚ ଶ୍ରୀମତୀ ଚମ୍ପାବତୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍କୁଲର ଶୁଭାରମ୍ଭ କରିଥିଲେ । ଏଠାରେ ପିଲାଙ୍କୁ କମ ମୂଲ୍ୟରେ ଉନ୍ନତ ମାନର ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post