ଏବିସିଡ଼ି ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ

0

ପଦ୍ମପୁର(ଶାସକପ୍ରଶାସକ)-ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ । ଗାଁ ରୁ ସହର ସମସ୍ତ ଜାଗାରେ ପୂଜାପାଠ କରି ନୂଆଁଖାଇ ପାଳନ କରାଯାଇଛି । ନୂଆଁଖାଇ ପରେ ନୂଆଁଖାଇ ଭେଟଘାଟ କରିଥାନ୍ତି ହେଲ ବିଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ସମସ୍ତ ପ୍ରକାର ଯାନି ଯାତ୍ରା ହେଉ ଅବା ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ରହିଛି । ତେଣୁ ମହାମାରୀ କରୋନା ର କଟକଣା ରେ ପଶ୍ଚିମ ଓଡିଶାର ମହାନ ପର୍ବ ନୂଆଁଖାଇ ଭେଟଘାଟ ଏବିସିଡ଼ି ଆନୁକୂଲ୍ୟରେ ସୀମିତ ସଦସ୍ୟଙ୍କ ମଧ୍ୟରେ ଘର ଭିତରେ ନୀତିକାନ୍ତି ରେ ସମାପନ ହୋଇଯାଇଛି । ସର୍ବପ୍ରଥମେ ଝାଙ୍କର ସୁରେଶ ସମଳେଇ ମାଁ ଙ୍କ ପୂଜାର୍ଚ୍ଚନା କରିଥିଲେ । ନାଟ୍ୟକାର କେଶରଞ୍ଜନ ପଧାନ ସ୍ୱାଗତ ଭାଷଣ ଦେଇଥିଲେ,ନାଟ୍ୟକାର ଅଶୋକ ବହିଦାର ମଞ୍ଚ ପରିଚାଳନା କରିଥିଲେ ।ଏଥିରେ ଅନୀଲ ବେହେରା,,ପ୍ରତାପ ନାଥ,ସୁରେଶ ମିଶ୍ର, ଲିଙ୍ଗରାଜ ସାହୁ,ଅମୀୟ ପୁରୋହିତ,ରବୀନ୍ଦ୍ର ଦାସ,ଇନ୍ଦ୍ରମଣି ପୁରୋହିତ,ସରୋଜ ଦାନୀ, ସରୋଜ ଯୋଶୀ,ଶାନ୍ତସଂଗ୍ରାମ ଭୋଇ,ତୁଷାର ପଧାନ,ସୁମନ୍ତ ସାହୁ,ସହଦେଵ ମେହେର ସହଯୋଗ କରିଥିଲେ ।ପରିଶେଷରେ ରଘୁନାଥ ପୁରୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.