ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲାଦେରପାଲି ଗ୍ରାମର ଜୟପ୍ରକାଶ ଶର୍ମାଙ୍କୁ ବରଗଡ଼ ଜିଲ୍ଲା ସଡକ ସୁରକ୍ଷା କମିଟି ସଭାରେ ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ମାନସ କୁମାର ସାହୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ ପାତ୍ର ସୋଲାଟିଅମ ପାଣ୍ଠିରୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି | ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସୁଧାଂଶୁ ସାହୁ ଏବଂ କନିଷ୍ଠ ରାଜସ୍ୱ ସହକାରୀ ଶ୍ରୀ ବଳରାମ ଦାସ ଉପସ୍ଥିତ ଥିଲେ | ଏଠାରେ ସୂଚନାଯୋଗ୍ୟ ଯେ ଅଜଣା ଗାଡ଼ି ଧକ୍କା ମାମଲାରେ ଦୁର୍ଘଟଣା ପୀଡିତମାନେ ସୋଲାଟିୟମ୍ ସ୍କିମ୍ ଅନୁଯାୟୀ କ୍ଷତିପୂରଣ ପାଇବାକୁ ଯୋଗ୍ୟ ଅଟନ୍ତି। ଜଣେ ମୃତ ବ୍ୟକ୍ତିଙ୍କ ଆଇନଗତ ଉତ୍ତରାଧିକାରୀ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବାକୁ ହକଦାର। ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଏହି ଯୋଜନା ଅଧୀନରେ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ।
Sign in
Sign in
Recover your password.
A password will be e-mailed to you.
Prev Post