ଭୁବନେଶ୍ୱର(ଶାସକ ପ୍ରଶାସକ)- ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ସଂଯୋଜକ ତଥା ସାମ୍ବାଦିକ ଶ୍ରୀ ଦୀପକ କୁମାର ମହାପାତ୍ରଙ୍କ ପିତା ସ୍ୱର୍ଗତ ରମେଶ ଚନ୍ଦ୍ର ମହାପାତ୍ର ଗତକାଲି ଦିନ ୪ଘଟିକା ସମୟରେ ୭୭ ବର୍ଷ ବୟସରେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଜଣେ ଅତ୍ୟନ୍ତ ପରୋପକାରୀ, ମିଷ୍ଟଭାଷୀ, ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ସ୍ଥାନୀୟ ଅଂଚଳରେ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟପାତ୍ର ଥିଲେ । ସେ ସେକ୍ସନ ଅଫିସର ଭାବେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବା ପରେ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ସ୍ବର୍ଗତଃ ମହାପାତ୍ର ଗ୍ରାମ ବସନ୍ତପୁର, ପୋ- ନରଡ଼ା, ଥାନା- ପାଟକୁରା, ଜିଲ୍ଳା- କେନ୍ଦ୍ରାପଡ଼ାର ମୂଳ ବାସିନ୍ଦା ଥିଲେ ଏବଂ ଚାକିରୀରୁ ଅବସର ଗ୍ରହଣ କରିବା ପରେ ପୂରୁଣା ଭୁବନେଶ୍ୱର ର ପୋଖରିପୁଟସ୍ଥିତ ନିଜ ବାସଭବନରେ ରହୁଥିଲେ ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ ନିର୍ମଳା ଦେବୀ ଙ୍କ ସମେତ ପୁତ୍ର,ପୁତ୍ରବଧୁ ଓ ନାତୁଣୀ ଓ ବନ୍ଧୁବାନ୍ଧବ ମାନେ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାର ଠାରେ ସ୍ବର୍ଗତଃ ମହାପାତ୍ର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ମୁଖାଗ୍ନି ଦେଇଥିଲେ ତାଙ୍କର ଏକ ମାତ୍ର ପୁତ୍ର ଦୀପକ କୁମାର ମହାପାତ୍ର। ସ୍ୱର୍ଗତ ମହାପାତ୍ରଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ଏବଂ ବିଧାୟକ ସୁରେଶ କୁମାର ରାଉତରାୟ ଙ୍କ ସମେତ ବହୁ ବିଶିଷ୍ଟ ଶେଷ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହି ଅବସରରେ ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଏ ଚେଲ୍ଲାକୁମାର,ଏଆଇସିସି ସଂପାଦକ ଜି ରୁଦ୍ରରାଜୁ,ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ,ପୂର୍ବତନ ମନ୍ତ୍ରୀ ତଥା ଗଣମାଧ୍ୟମ ବିଭାଗ ମୁଖ୍ୟ ଗଣେଶ୍ୱର ବେହେରା,ଆବାହକ ସତ୍ୟପ୍ରକାଶ ନାୟକ,ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା,ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର,ଜ୍ଞାନଦେଵ ବେଉରା,ନିଶିକାନ୍ତ ମିଶ୍ର,ରଜନୀ ମହାନ୍ତି,ପ୍ରଶାନ୍ତ ଶତପଥି,ପଦ୍ମାକର ଗୁରୁ,ଅମୀୟ ପାଣ୍ଡବ,ମନୋଜ ମହାପାତ୍ର,ମନୋରଞ୍ଜନ ଦାଶ,ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ,କଟକ ଜିଲ୍ଲା ସଭାପତି ମାନଶ ଚୌଧୁରୀ,ସୁବ୍ରତ ମହାପାତ୍ର,ଶ୍ରୀୟସ୍ମିତା ପଣ୍ଡା ସମେତ ବହୁ ସାମ୍ବାଦିକ,କଂଗ୍ରେସ ନେତୃବୃନ୍ଦ ଏବଂ ଶୁଭେଛୁ ସ୍ବର୍ଗତଃ ମହାପାତ୍ରଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.