ଭଦ୍ରକ ବ୍ଲକ (ସୀତାକାନ୍ତ ପାଢ଼ୀ):- ଯାଉଥିଲା ନକଲି ଜର୍ଦ୍ଦା, ଅଟୋ ସହ ନକଲି ଜର୍ଦ୍ଦାକୁ ଜବତ କଲା ପୁରୁଣା ବଜାର ପୋଲିସ। ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କଲା ପୋଲିସ। ସୂଚନା ଅନୁଯାୟୀ, ଆଜି ସକାଳୁ ଏକ ଅଟୋ ଯୋଗେ ପୁରୁଣାବଜାର ଥାନା ଲାହାପଟି ଅଞ୍ଚଳରୁ ଯାଜପୁରକୁ ନକଲି ଜର୍ଦ୍ଦା ଚାଲାଣ ହେଉଥିଲା। ଏହି ସମୟରେ ପୁରୁଣାବଜାର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଅଟୋ ମଧ୍ୟରେ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଥିବା ପୋଲିସ ଜାଣିବାକୁ ପାଇବା ପରେ, ନକଲି ଜର୍ଦ୍ଦା ସହ ଅଟୋକୁ ଜବତ କରି ଥାନାକୁ ଆଣିଛି ପୋଲିସ। ଏଥିରେ ପ୍ରାୟ ପ୍ରାୟ ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ନକଲି ଜର୍ଦ୍ଦା ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁରୁଣାବଜାର ପୋଲିସ। ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ଅଧିକ ତଦନ୍ତ ଚଳାଇଛି ପୋଲିସ।
Sign in
Sign in
Recover your password.
A password will be e-mailed to you.