ଝାରବନ୍ଧ-ମନୋହର ଦାଶ-ବରଗଡ଼ ଠାରେ ପୋଲିସ ବିଭାଗ ପକ୍ଷରୁ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ଜୈନ ଅଧ୍ୟକ୍ଷତା କରିଥିଲେ।ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ପାଇଥିବା ୮ଜଣ ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତବର୍ଷ ଡିଜିପି ପୁରସ୍କାର ପାଇଥିବା ମଧ୍ୟରେ ଅଛନ୍ତି ଜଗଦଲପୁର ଥାନା ଆଇ.ଆଇ.ସି ବିରବର ଭଗତ,ଅତାବିରା ଥାନା ଓଆଇସି ଦିଲୀପ କୁମାର ବେହେରା।,ବରଗଡ଼ ଥାନା ଆଇ.ଆଇ.ସି ସୌମ୍ୟକାନ୍ତ ବଳିଆରସିଂ, ଓଆଇସି ବାଲୁଙ୍କେଶ୍ୱର ନାୟକ,ଆଇ.ଆଇସି ପ୍ରଦୀପ କୁମାର ସବର,ଆଇ.ଆଇ.ସି ପ୍ରେମରାଜ ସାହୁ,ଆଇ.ଆଇ.ସି ପିତାମ୍ବର ବେହେରା,ଏବଂ ଜଗଦଲପୁର ଥାନା ଏ.ଏସ.ଆଇ ସତ୍ୟାନନ୍ଦ ଭୁଏ ପ୍ରମୁଖ ଏହି ଡିଜିପି ପୁରସ୍କାର ପାଇଛନ୍ତି।
ଉପଆରକ୍ଷୀ ଅଧିକାରୀ ପି.କେ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବୈଠକରେ ବରିଷ୍ଠ ନାଗରିକ ଏବଂ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯାତନା, ଟ୍ରାଫିକ ସମସ୍ୟା ,ଅନ୍ଧବିଶ୍ୱାସ,ବଢିଚାଲିଥିବା ଗଞ୍ଜେଇ ମାଫିଆ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବାକୁ ଏସ.ପି ଶ୍ରୀ ଜୈନ ଉପସ୍ଥିତ ଥିବା ସମସ୍ତ ପୋଲିସ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।ବରଗଡ଼ ର ବରିଷ୍ଠ ସାମ୍ବାଦିକ ମାନେ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post