ରାୟଗଡ (ସରୋଜ କୁମାର ସାହୁ ): ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ଅବସରରେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଜିଲ୍ଲାର ୪୦ରୁ ଉଦ୍ଧ୍ୱର୍ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି । ଗୁରୁଦିବସ ଉପଲକ୍ଷେ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ ରାୟଗଡା ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ସଂଘ ଆଂଚଳିକ ସଂପାଦକ ଶ୍ରୀ ସୁରେନ୍ଦ୍ର କୁମାର କୁଲଦୀପ, ଜିଲ୍ଲା ସଂଘ ଉପଦେଷ୍ଟା ଶ୍ରୀ ଅନନ୍ତ ଚରଣ ରଥ, ରାୟଗଡ ଜିଲ୍ଲା ନବ ନିର୍ବାଚିତ ସଭାପତି ଶ୍ରୀ ଅଜିତ କୁମାର ଚୌଧୁରୀ, ସାଧାରଣ ସଂପାଦକ ଶ୍ରୀ ନିଳାଚଂଳ ମିଶ୍ର ମଂଚାସୀନ ଥିଲେ । ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଟନଙ୍କ ଜୟନ୍ତୀ ଅବସରରେ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଗୁରୁଙ୍କ ସ୍ଥାନ ପିତା, ମାତାଙ୍କ ଭଳି ଉଦ୍ଧ୍ୱର୍ରେ, ଗୁରୁ ଶିଶୁଙ୍କ ମୂଳଦୂଆ ଗଠନ କରିଥାନ୍ତି ବୋଲି ପ୍ରକାଶ କରିଥିଲେ । ପ୍ରାଥମିକ ଶିକ୍ଷକଙ୍କୁ ଅଧିକ ଦକ୍ଷ, କୁଶଳୀ ଓ କର୍ତବ୍ୟ ପରାୟଣ ହୋଇ ବିଷୟବସ୍ତୁ ସଂପର୍କିତ, ଜୀବନ କୌଶଳ, ମୂଲ୍ୟବୋଧ ଭିତିକ ତଥା ଗୁଣାତ୍ମକ ଓ ପ୍ରେରଣାତ୍ମକ ଶିକ୍ଷା ପ୍ରଦାନ ସହ ପିଲାଙ୍କୁ ପ୍ରେରଣାଦାୟୀ ଓ ଅନୁସନ୍ଧିଛୁ କରିବା ନିମନ୍ତେ ଉତ୍ସାହିତ କରିଥିଲେ । ଦକ୍ଷ ମଣିଷଟିଏ ସୃଷ୍ଟି କରିବା ସହ ସମାଜର ଚରିତ୍ର ଗଠନ କେବଳ ଶିକ୍ଷକ ମାନଙ୍କ ଦ୍ୱାରା ସମ୍ଭବ ହୋଇଥାଏ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ନିଳାଚଂଳ ମିଶ୍ର ପରିଚାଳନା କରିଥିବା ବେଳେ ପ୍ରବୀଣ ରଥ, ନରିସଂହ ମିଶ୍ର, ତ୍ରିପତି ପଣ୍ଡା, ମହେନ୍ଦ୍ର ବାଗ, ସାନନ୍ଦ ବେଣିଆ, ସୋମନାଥ ଗରଡା, ଦୀପକ ରାଉତ, ମମତା ପାଣିଗ୍ରାହୀ, ବି.ସୁଜାତା, ନିଳାଚଂଳ ପଣ୍ଡା, ରାଜକିଶୋର ସାହୁ, ତ୍ରିନାଥ ବାଉରୀ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post