ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ।

0

ପଦ୍ମପୁର(ଶାସକପ୍ରଶାସକ)-ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ଧର୍ମ କୁମାର ଶତପଥୀଙ୍କ ସଭାପତିତ୍ବ ରେ ବିଦ୍ୟାଳୟ ସ୍ତରୀୟ ଗୁରୁ ଦିବସ ପାଳନ କରା ଯାଇଥିଲା । ଏଥିରେ ପ୍ରଧାନ ଶିକ୍ଷକ ଭାରତର ପ୍ରଥମ ଉପ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ ଧୂପ ପୁଷ୍ପ ଅର୍ପଣ କରିଥିଲେ । କୋଭିଡ ନିୟମ ପାଳନ ମୁତାବକ ସାମାଜିକ ଦୂରତା ରକ୍ଷାକରି ଶିକ୍ଷକ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।ପରେ ନୁତନ ଭାବେ ସ୍କୁଲରେ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ଧର୍ମ କୁମାର ଶତପଥୀଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଜିତେନ୍ଦ୍ର କୁମାର ପଣ୍ତା ( ପଦୋନ୍ନତି ପାଇଁ ପଞ୍ଚାୟତ ଉଛ ବିଦ୍ୟାଳୟ,ଜମଲା ) ଙ୍କୁ ବିଦାୟକାଳୀନ ଉତ୍ସବ ପାଳନ କରା ଯାଇଥିଲା । ଏହି ଉତ୍ସବ ରେ ମୁଖ୍ଯ ଅତିଥି ଭାବରେ ଭଟଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସରୋଜ କୁମାର ଭୁଏ,ସମ୍ମାନିତ ଅତିଥି ଭାବରେ ମୋ ସ୍କୁଲ ଅଭିଯାନ ସଭାପତି ଚନ୍ଦ୍ରଭାନୁ ପ୍ରଧାନ,ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀ ଋଷଭ ସାହୁ,ପ୍ରାକ୍ତନ ଶିକ୍ଷକ ଶ୍ରୀ କାର୍ତ୍ତିକ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବିଦ୍ୟାଳୟରୁ ପଦୋନ୍ନତି ପାଇଁ ଶ୍ରୀ ସୁନୀଲ କୁମାର ସିହ୍ନା ଓ ଶ୍ରୀ କ୍ଷୀରସିନ୍ଧୁ ସୁନା,ଶ୍ରୀ ପଣ୍ଡାଙ୍କୁ କାର୍ଯ୍ଯ ଓ କର୍ତ୍ତବ୍ଯ ନିଷ୍ଠା ଉପରେ ଆଲୋକପାତ କରିଥିଲେ । ବିଦାୟୀ ଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା । ଏହି ଉତ୍ସବ ରେ ଶ୍ରୀ ରାଜେଶ କୁମାର ଖମାରୀ ସଭା ପରିଚାଳନା କରିଥିଲେ । ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।

Leave A Reply

Your email address will not be published.