ପୂର୍ବତନ ସମାଜ ଜିଲ୍ଲା ପ୍ରତନିଧି ସ୍ବର୍ଗତ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ପରିବାରକୁ ମିଳିଲା ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା

0

ରାୟଗଡରୁ ସରୋଜ କୁମାର ସାହୁ: ଦୈନିକ ସମ୍ବାଦ ପତ୍ର “ସମାଜ”ର ପୂର୍ବତନ ଜିଲ୍ଲା ପ୍ରତିନିଧି ସ୍ବର୍ଗତ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗତକାଲି ସେପ୍ଟେମ୍ବର ୪ ତାରିଖ ଦିନ ୪ ଲକ୍ଷ ଟଙ୍କl (୪ ଲକ୍ଷ ଟଙ୍କା)ର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ସ୍ବର୍ଗତ ପାଢ଼ୀ ଗତ ୨୦‍୧୮ ଡ଼ିସେମ୍ବର ମାସ ୩୧ ତାରିଖରେ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ l ମୃତ୍ୟୁ ପରେ ତାଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ପ୍ରଦାନ ନିମନ୍ତେ ତାଙ୍କର ଆବଶ୍ୟକୀୟ କାଗଜ ପତ୍ର ୨୦୨୦ ମସିହାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ସରକାରଙ୍କ ନିକଟକୁ ପ୍ରେରଣ କରାଯାଇଥିଲା l ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହାକୁ ବିଚାର କରି ଗତକାଲି ସ୍ବର୍ଗତ ପାଢ଼ୀଙ୍କର ପତ୍ନୀଙ୍କ ଵ୍ୟାଙ୍କ ଖାତାକୁ ଚାରି ଲକ୍ଷ ଟଙ୍କା ସିଧାସଳଖ ଟ୍ରାନ୍ସଫର କରିଥିବାରୁ ସ୍ୱର୍ଗତ ସାମ୍ବାଦିକ ଶ୍ରୀ ପାଢ଼ୀଙ୍କ ସ୍ତ୍ରୀ ସଂଗୀତ ପାଢ଼ୀ ଓଡିଶା ସରକାରଙ୍କୁ ବିଶେଷ କରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି l ଏହି ଖବର ପାଇ ରାୟଗଡ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନେ ମଧ୍ୟ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି l

Leave A Reply

Your email address will not be published.