ପାଟଣାଗଡ଼: ତିନି ଜଣ ସାମ୍ବାଦିକଙ୍କୁ ଗିରଫ ଦାବିରେ ଉଦାରବାଦୀ ଗଣତାନ୍ତ୍ରିକ ସଂଘ ପକ୍ଷରୁ ଦାବି

0

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର ): ପାଟଣାଗଡ ବ୍ଳକ ଅନ୍ତର୍ଗତ କାର୍ଯ୍ୟରତ ୩ ଜଣ ସମ୍ବାଦିକଙ୍କୁ ଗିରଫ ଦାବି ନେଇ ଲାଠୋର ଗ୍ରାମର ଉଦାରବାଦି ଗଣତାନ୍ତ୍ରିକ ସଂଘର ପ୍ରତିଷ୍ଠାତା ଲବ ସୁନାଙ୍କ ନେତୃତ୍ୱରେ ଏକ ୪୦ ଜଣଆ ପ୍ରତିନୀଧି ଦଳ ପାଟଣାଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ଏକ ଦାବିପତ୍ର ଥାନା ଅଧିକାରୀ ଅନନ୍ତ ପଧାନଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହା ସହ ଆସନ୍ତା ୭୨ ଘଣ୍ଟା ଭିତରେ ଏମାନଙ୍କୁ ଗରିଫ ନକଲେ ଏସଡିପିଓ ଅଫିସ ଘେରାଓ କରାଯିବା ବୋଲି ଉକ୍ତ ସଂଘ ତରଫରୁ ଚତୋବନୀ ଦିଆଯାଇଛି । ଥାନା ଅଧିକାରୀ ଦାବିପତ୍ର ଗ୍ରହଣ କରିଥିବା ସହ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇବି ବୋଲି କହିବା ସହ ଆଇନ୍ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।
ଅଭିଯୋଗ ମୁତାବାକ, ଗତ ଅଗଷ୍ଟ ୨ ତାରିଖ ଦିନ ପାଟଣାଗଡରେ କାର୍ଯ୍ୟରତ ସାମ୍ବାଦିକ ବିଜୟାନନ୍ଦ ଦାସ ଓରଫ ବିଜୁ, ଅଜିତ କୁମାର ପୁରୋହିତ ଓରଫ କୁନମୁନ ଓ ଦୀପକ ଖମାରୀ ଏହି ୩ ଜଣ ସାମ୍ବାଦିକ ମିଶି ମନରେଗା ଯୋଜନାରେ ହୋଇଥିବା ଏକ ରାସ୍ତା କାମର ୨ ଥର ପ୍ରତିକ୍ରିୟା ନେଇ ଖବର ପ୍ରସାରଣ କରି ସାରିବା ପରେ ପୁଣି ତୃତୀୟ ଥର ପ୍ରତିକ୍ରିୟା ନେବା ଆଲରେ ଖପ୍ରାଖୋଲ ବନ ବିଭାଗ ରେଞ୍ଜର ଶ୍ରୀବଚ୍ଛ କୁମୁରାଙ୍କ ବାସଭବନକୁ ଯାଇଥିଲେ । ସେହି ସମୟରେ ବନବିଭାଗର ରେଞ୍ଜର ଶ୍ରୀବଚ୍ଛ କୁମୁରାଙ୍କ ସହ କଥାକଟି ପରେ ବଚସା ହେଇଥିଲା । ଏହି ୩ ଜଣ ସାମ୍ବାଦିକ ରେଞ୍ଜରଙ୍କୁ ଗାଲି ଗୁଲଜ କରିବା ସହ ଜାତିଆଣ ଅକ୍ଷେପ କରିଥିବା ନେଇ ରେଞ୍ଜର ଖପ୍ରାଖୋଲ ଥାନାରେ ଏକ ଅଭିଯୋଗ କରିଥିଲେ । ଏହା ସହ ହରିଶଙ୍କର ଫରେଷ୍ଟର ପ୍ରିୟବତ ମହାକୁରଙ୍କୁ ଏହି ତିନ ଜଣ ସାମ୍ବାଦିକ ୧ ଲକ୍ଷ ଟଙ୍କା ଦାବି କରିଥିବା ନେଇ ଫରେଷ୍ଟର ମଧ୍ୟ ସେହି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏପରିକି ଏହି ୩ ଜଣ ସାମ୍ବାଦିକ ମଧ୍ୟ ସେହି ଥାନାରେ ରେଞ୍ଜର ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଏକ ଅଭିଯୋଗ ଆଣିଥିଲେ । ଏମାନଙ୍କ ନାମରେ ପାଟଣାଗଡ ଉପଖଣ୍ଡର ବିଭିନ୍ନ ଥାନାରେ ଏସଟି ଓ ଏସି ମାମଲା ମାନ ରହିଥିଲେ ମଧ୍ୟ ପୁଲିସ କାହିଁକି ଗିରଫ କରୁ ନାହିଁ ବୋଲି ଅଭିଯୋଗ ସହ ଏହି ୩ ଜଣ ସାମ୍ବାଦିକ କାହା ଛତ୍ର ଛାୟା ତଳେ ରହି ସୁରକ୍ଷା ପାଉଛନ୍ତି । ଏହା ସହ ଉପଖଣ୍ଡରେ ଏହି ୩ ଜଣ ସାମ୍ବାଦିକ (ସାମ୍ବାଦିକ) ନାମରେ ଆତଙ୍କ ରାଜ ଚଲାଇ ଥିବା ବେଳେ ଉକ୍ତ ନ୍ୟୁଜ୍ ସଂସ୍ଥା ମାନ କାହିଁକି ଏମାନଙ୍କୁ ପ୍ରତ୍ସାହନ ଦେଉଛି ବୋଲି ଅଭିଯୋଗ ଆଣିଛନ୍ତି । ଏପରିକି ଏମାନେ ଏକ ନିଦ୍ଧିଷ୍ଟ ସଂମ୍ପଦ୍ରାୟର ବ୍ୟକ୍ତି ବିଶେଷ ମାନଙ୍କୁ ଏକ ଉଦ୍ଦେଶ୍ୟ ମୂଳକ ଭାବରେ ହଇରାଣ ହରକତ କରୁଥିବା ନେଇ ଓକ୍ତ ସଂଘର ପ୍ରତିଷ୍ଠତା ଶ୍ରୀ ସୁନା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.