ଭଦ୍ରକ,/ସତ୍ୟଭୂଷଣ ସ୍ୱାମୀ; ଭଦ୍ରକ ଓକିଲ ସଂଘ ପକ୍ଷରୁ ଆଜି ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିବେକାନନ୍ଦ ମହାନ୍ତିଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଓକିଲ ସଂଘର ସଭାପତି ଦିଲୀପ ମହାପାତ୍ରଙ୍କ ସ୍ୱଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ଜଜ ଶ୍ରୀ ଶିଶିର କୁମାର ରଥ,ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜଜ ପ୍ରଣତି ସାହା ଯୋଗଦେଇ ସ୍ଵର୍ଗତ ମହାନ୍ତିଙ୍କ ତୈଳଚିତ୍ର ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ଅନେକ ବିଚାରପତି ଓ ଓକିଲ ମାନେ ଯୋଗଦେଇ ସ୍ବର୍ଗତ ମହାନ୍ତିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଓକିଲ ସଂଘର ଅତିରିକ୍ତ ସମ୍ପାଦକ ନିକୁଞ୍ଜ ପୁହାଣ ଧନ୍ୟବାଦ ଦେଇଥିଲେ । ଏଥିରେ ଓକିଲ ସଂଘର ସମ୍ପାଦକ ଜିତେନ୍ଦ୍ର ପଣ୍ଡା,ନିରାକାର ଜେନା,ରାୟ ରାମାନନ୍ଦ ମହାପାତ୍ର,ବସନ୍ତ ଦାସ,ସୂର୍ଯ୍ୟକାନ୍ତ କୁଅଁର ,ଗଦାଧର ବଳଙ୍କ ସମେତ ବହୁ ବରିଷ୍ଠ ଓକିଲ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.