ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ଆବାସିକ କଲ୍ୟାଣ ସଂଘ ସହିତ ମାସିକ ବୈଠକର ଶୁଭାରମ୍ଭ

0

ରାଜ ବାଟିକା ଆପାର୍ଟମେଂଟ୍, କ୍ରେଷ୍ଟ୍ ଆପାର୍ଟମେଂଟ୍ କଲ୍ୟାଣ ସୋସାଇଟି, କେ-୫ କଳିଙ୍ଗନଗର କଲ୍ୟାଣ ସଂଘ ଓ କେ-୬ ଏଚ୍ଆଇଜି ଘର ମାଲିକ କଲ୍ୟାଣ ସଂଘ ସହ ବୈଠକ ଆୟୋଜିତ

ଭୁବନେଶ୍ୱର: ଗ୍ରାକହମାନଙ୍କୁ ସର୍ବୋତ୍କୃଷ୍ଟ ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଅଗ୍ରସର ହେଉଥିବା ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସ୍ଥାପନ ହୋଇଥିବା ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ଯାହା ଲାଇସେନ୍ସ ହାସଲ କରିଥିବା ୩୦,୦୦୦ ବର୍ଗକିଲୋମିଟର୍ ଅଂଚଳର ୨୭ ଲକ୍ଷ ଗ୍ରାହକଙ୍କୁ ସୁରକ୍ଷିତ, ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦୁ୍ୟତ ଶକ୍ତି ପ୍ରଦାନ କରୁଛି ତାହା ସହରାଂଚଳରେ ଏହାର ପଂଜୀକୃତ ସୋସାଇଟିଗୁଡ଼ିକ ସହ ମାସିକ “ଆବାସିକ କଲ୍ୟାଣ ସଂଘ’ (ଆରଡ଼ବ୍ଲ୍ୟୁଏ) ବୈଠକର ଶୁଭାରମ୍ଭ କରିଛି । କଂପାନି ପକ୍ଷରୁ ବର୍ତମାନ ସୁଦ୍ଧା ଭୁବନେଶ୍ୱର ରାଜ ବାଟିକା ଆପାର୍ଟମେଂଟ୍, କ୍ରେଷ୍ଟ ଆପାର୍ଟମେଂଟ୍ କଲ୍ୟାଣ ସୋସାଇଟି, କେ-୫ କଳିଙ୍ଗନଗର କଲ୍ୟାଣ ସଂଘ ଓ କେ-୬ ଏଚ୍ଆଇଜି ଘର ମାଲିକ କଲ୍ୟାଣ ସଂଘ ସହ ଚାରିଟି ଆରଡ଼ବ୍ଲ୍ୟୁଏ ବୈଠକ ଆୟୋଜନ କରାଯାଇଛି ।
ଏହି ମାସିକ ବୈଠକ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କଂପାନି ଗ୍ରହଣ କରୁଥିବା ବିଭିନ୍ନ ଅଭିଯାନ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଗ୍ରାହକଙ୍କ ମତାମତ ସଂଗ୍ରହ କରି ସାମଗ୍ରିକ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ।
ଏହି ବୈଠକଗୁଡ଼ିକୁ କଂପାନିର ଗ୍ରାହକ ସମ୍ପର୍କ କାର୍ଯ୍ୟନିର୍ବାହୀ ଙ୍କ ସହ ସର୍କଲ୍ ମୁଖ୍ୟ, ଡିଭିଜନାଲ୍ ପ୍ରବନ୍ଧକ ଏବଂ ସଂପୃକ୍ତ ସବ୍-ଡିଜିଭନ୍ ଟିମର ମିଳିତ ସହଯୋଗରେ ଆୟୋଜନ କରାଯାଉଛି ।
ଏହି ବୈଠକଗୁଡ଼ିକରେ ଟିମ୍ ପକ୍ଷରୁ କଂପାନିର ଡିଜିଟାଲ୍ ପ୍ଲାଟ୍ଫର୍ମ, ଗ୍ରାହକଙ୍କ ଅଭିଯୋଗ ଓ ପ୍ରଶ୍ନର ତ୍ୱରିତ ସମାଧାନ ଲାଗି କଲ୍ ସେଂଟର୍ର ଯୋଗାଯୋଗ ବିବରଣୀ ଭଳି ସୂଚନା ଦିଆଯାଉଛି ।
ଏହି ଅଭିଯାନ ସମ୍ପର୍କରେ ଶ୍ରୀଯୁକ୍ତ ଏମ୍ ସେନ୍ବାଗମ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ କହିଛନ୍ତି ଯେ, “ଆମ ସହରାଚଂଳରେ ଆରଡ଼ବ୍ଲ୍ୟୁଏ ବୈଠକ ଆରମ୍ଭ କରିଥିବାରୁ ଆମେ ଉଲ୍ଲସିତ । ଏହି ବୈଠକଗୁଡ଼ିକରେ ଆମେ ବିଲିଂ, ଭୋଲ୍ଟେଜ୍ ସମସ୍ୟା, ନୂଆ ସଂଯୋଗ ଓ ବିଦ୍ୟୁତ ସମ୍ପର୍କିତ ସୁରକ୍ଷା ଚିନ୍ତାକୁ ନେଇ ଗ୍ରାହକଙ୍କ ରହିଥିବା ଅଭିଯୋଗକୁ ତ୍ୱରିତ ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରୁଛୁ । ଏହି ବୈଠକଗୁଡ଼ିକ ଆମକୁ କେବଳ ଆମର ବଡ଼ ବର୍ଗର ଗ୍ରାହକଙ୍କ ସହ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ପ୍ରଦାନ କରୁନାହିଁ ବରଂ ଗ୍ରାହକ ସମ୍ପର୍କିତ ସମସ୍ୟାଗୁଡ଼ିକୁ ସେମାନଙ୍କ ଘର ପାଖରେ ସମାଧାନ କରିବାରେ ସହାୟକ ମଧ୍ୟ ହେଉଛି, ଯାହା ଫଳରେ ଗ୍ରାହକ ସମ୍ପର୍କ ଓ ବିଶ୍ୱାସ ସୁଦୃଢ଼ ହେଉଛି । ଆଗାମୀ ଦିନରେ ଆମେ ଏଭଳି ଆହୁରି ବୈଠକ ଆୟୋଜନ କରିବୁ ।’’
ଅଧିଗ୍ରହଣ ପରଠାରୁ, ଟିପିସିଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କ ସମସ୍ୟାର ଦ୍ରୁତ ସମାଧାନ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଟିପିସିଓଡିଏଲ୍ ପକ୍ଷରୁ ୮ଟି ଡିଭିଜନରେ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟନ କରାଯାଇଥିବା ବେଳେ ଏକ ଉତ୍ସର୍ଗୀକୃତ ୨୪ ଘଂଟିଆ କଲ୍ ସେଂଟର୍ ଏବଂ ମୁଖ୍ୟାଳୟ ଅଭିଯୋଗ ସେଲ୍ ଖୋଲାଯାଇଛି । ଟିପିସିଓଡିଏଲ୍ ଏହାର ୱେବ୍ସାଇଟ୍ ଓ ମୋବାଇଲ୍ ଆପ୍ ଜରିଆରେ ଗ୍ରାହକଙ୍କ ସମସ୍ୟାକୁ ଅନ୍ଲାଇନରେ ମଧ୍ୟ ସମାଧାନ କରୁଛି ।

Leave A Reply

Your email address will not be published.