ପାଟଣାଗଡ଼ ବନବିଭାଗ ଦ୍ୱାରା କେନ୍ଦୁଗଣ୍ଡି ଭର୍ତ୍ତି ଥିବା ଏକ ୪୦୭ ମିନି ଟ୍ରକ ଜବତ

0

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ):ପାଟଣାଗଡ଼ ବନ ବିଭାଗ ଦ୍ୱାରା ଲରମ୍ଭା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଏକ ୪୦୭ ମିନି ଟ୍ରକରେ ବିପୁଳ ପରିମାଣର କେନ୍ଧୁ କାଠ ଗଣ୍ଡି ଚୋରା ଚାଲାଣ ହେଉଥିବାର କୌଣସି ସୂତରୁ ଖବର ପାଇ 407 ସମେତ କେନ୍ଧୁ କାଠ ଗଣ୍ଡି ଜବତ କରାଯାଇଥିବା ଇତିମଧ୍ୟରେ ଜଣାପଡ଼ିଛି!ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ଦେଇଥିବା ସୂଚନା ମୁତାବକ ପାଟଣାଗଡ଼ ରେଞ୍ଜର ରାଜକୃଷ୍ଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଟଣାଗଡ଼ ଜଙ୍ଗଲ ବିଭାଗ ଲରମ୍ଭାର ସେକ୍ସସନ ମିଳିତ ଚଢ଼ଉ ଅଭିଯାନରେ ବେଆଇନ ଭାବେ ଚାଲାଣ ହେଉଥିବା କେନ୍ଧୁ ଗଣ୍ଡି ପଣ୍ଡରିପାଣିରୁ ଗଭରା ଛକ ନିକଟରେ ରାତି ୧୨.ଟା ୩୦ ମିନିଟ ସମୟରେ କେନ୍ଧୁ ଗଣ୍ଡି ବୋଝେଇ 407 ଟ୍ରକ ଗାଡ଼ି ଯାହାର ନଂ CD 04 G  0883 କୁ ଅଟକାଇ ତଲାସୀ ନେବା ବେଳେ ଡ୍ରାଇଭର ଜଣକ କୌଶଳ କ୍ରମେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ରେଞ୍ଜର ଶ୍ରୀ ଭୋଇ କହିଛନ୍ତି ।ଜବତ ହୋଇଥିବା ଟ୍ରକକୁ ପାଟଣାଗଡ଼ ରେଞ୍ଜ ଅଫିସକୁ ଅଣାଯାଇଥିବା ବେଳେ ଜବତ ୬୫ ଖଣ୍ଡ କେନ୍ଧୁ ଗଣ୍ଡି କାଠର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ରେଞ୍ଜର ଶ୍ରୀ ଭୋଇ ସୂଚନା ଦେଇଛନ୍ତି ।
ଚଢ଼ଉ ସମୟରେ ଲରମ୍ଭା ଫରେଷ୍ଟର ଭାଗବତ ଦାସ, ଅରବିନ୍ଦ ଧରୁଆ, ପାଟଣାଗଡ଼ ଫରେଷ୍ଟର ଶ୍ୟାମସୁନ୍ଦର ସାହୁ, ଫରେଷ୍ଟ ଗାର୍ଡ ଗୋବିନ୍ଦ ପାତ୍ର, ରାଜେନ୍ଦ୍ର ଧରୁଆ, ସୁନ୍ଦର ସାଏ, ଗୋପାଳ ଗଡତ୍ୟା, ବାବୁଲା ସିଂ, ଉତ୍ତମ ସିଂ ପ୍ରମୁଖ ସାମିଲ ଥିଲେ! ତେବେ ଚର୍ଚ୍ଚାର ବିଷୟଟି ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ, କୁଆଡ଼େ ଏହି ଅସାଧୁ ବେପାରୀଙ୍କ ସହ ସମ୍ପୃକ୍ତ ବିଭାଗୀୟ କିଛି କର୍ମଚାରୀଙ୍କର ଦେଣନେଣ ସମ୍ପର୍କ ରହିଛି | ଏହି ଦେଣନେଣ କାରବାରରେ ଫାଟ ସୃଷ୍ଟି ହେବାରୁ ଆଜିର ଦିନରେ ଜନମାନସରେ ଉଜାଗର ହୋଇଛି |

Leave A Reply

Your email address will not be published.