ସୋଆରେ ଏଆଇସିଟିଇ ପ୍ରାୟୋଜିତ କ୍ଲିନିକାଲ୍ ଟ୍ରାଏଲକୁ ନେଇ ସ୍ୱଳ୍ପକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କୋଭିଡ୍ ମହାମାରୀ ଓ ଏହାର ଭାଇରସକୁ ପ୍ରତିହିତ କରିବା ନିମନ୍ତେ ବିଭିନ୍ନ ଟୀକାର ଅଗ୍ରଗତିକୁ ନେଇ “କ୍ଲିନିକାଲ୍ ଟ୍ରାଏଲ୍ସ-ପ୍ରୋସିଡିଓର୍, ଡିଜାଇନ୍ ଆଣ୍ଡ ଇଣ୍ଟରପରିଟେସନ ଅଫ୍ ରିଜଲଟ୍ସ”ଶୀର୍ଷକ ଏକ ସପ୍ତାହବ୍ୟାପୀ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଆଲୋଚନା ଅଗଷ୍ଟ ୨୮ରେ ଉଦ୍ୟାପିତ ହୋଇଯାଇଛି ।
ଏଆଇସିଟିଇ ପକ୍ଷରୁ ପରିଚାଳିତ ଏହି କାର୍ଯ୍ୟକ୍ରମ ବର୍ତମାନ ସମୟରେ ବିଭିନ୍ନ କ୍ଲିନିକାଲ୍ ଟ୍ରାଏଲ୍ର ନିୟମ, ସହମତି ପ୍ରକ୍ରିୟା, ନିୟମାନୁବର୍ତୀ ଆବଶ୍ୟକତା, ଡାଟା ସଂଗ୍ରହ, ଡିଜାଇନ୍ ଓ ବିଶ୍ଳେଷଣ ପ୍ରସଙ୍ଗକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍), ଭୁବନେଶ୍ୱରର ନିର୍ଦ୍ଦେଶିକା ପ୍ରଫେସର ସଙ୍ଘମିତ୍ରା ପତି ଅଗଷ୍ଟ ୨୩ ତାରିଖରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆକୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୋଭିଡ ଟୀକା ଏବଂ ଏହାରକାର୍ଯ୍ୟକ୍ଷମତାର ପରିସର ସମ୍ପର୍କରେ ଆଲୋଚନା କରିଥିଲେ ।
କୋଲକାତା ସ୍ଥିତ ୱିପ୍ରୋ ଡିଜିଟାଲ୍ ଅପରେସନ୍ସ ଆଣ୍ଡ ପ୍ଲାଟଫର୍ମସର ମେଡିକାଲ୍ ରାଇଟିଙ୍ଗ ମୁଖ୍ୟ ଡଃ ସୁଶାନ୍ତ ସେନାପତି ଜନସଂଖ୍ୟାକୁ ନେଇ କ୍ଲିନିକାଲ୍ ଟ୍ରାଏଲ୍ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ସ୍ୱଦେଶୀ ଟୀକା କୋଭାକ୍ସିନ୍ କ୍ଲିନିକାଲ୍ ଟ୍ରାଏଲ୍ ବିଷୟରେ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର ତଥା ଦୁଇଟି ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ର ମୁଖ୍ୟ ପରୀକ୍ଷକ ଡଃ ଇ. ଭେଙ୍କଟରାଓ ଏ ନେଇ ନିଜ ଅନୁଭୂତି ବଖାଣିଥିଲେ ।
ସେହିପରି ଅନ୍ୟମାନଙ୍କ ମଧ୍ୟରେ ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତମାନ ସୋଆ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, କିମ୍ସ ଭୁବନେଶ୍ୱରର ଡଃ ହରିଶଚନ୍ଦ୍ର ଚୌଧୁରୀ , ସୋଆର ଇନଷ୍ଟିଟ୍ୟୁଟର ଅଫ୍ ଡେଂଟାଲ୍ ସାଇନ୍ସେସର ଡଃ ଅନୁରାଗ ଶତପଥୀ, ଭୁବନେଶ୍ୱର ଏଲଭି ପ୍ରସାଦ ଆଇ ଇନଷ୍ଟିଟ୍ୟୁଟର ମହମ୍ମଦ ହସିବୁର୍ ରହେମାନ୍,ଇନଷ୍ଟିଟ୍ୟୁଟ ଅଫ୍ ଲାଇଫ୍ ସାଇନ୍ସେସ୍ ଭୁବନେଶ୍ୱରର ଡଃ ସଞ୍ଜୀବ କୁମାର ସାହୁ, ବେଙ୍ଗାଲୁରୁ ସ୍ଥିତ ଲାବକର୍ପ ଡ୍ରଗ୍ ଡେଭଲପମେଣ୍ଟର ଶ୍ରୀ ସୁକାନ୍ତ କୁମାର ସାହୁ, କିଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ନିର୍ଦ୍ଦେଶକ ଡଃ ଗୋପାଳ ଚନ୍ଦ୍ର କୁଣ୍ଡୁ, ବେଙ୍ଗାଲୁରୁର କୋଭାନ୍ସ ସାଇନ୍ଟିଫିକ୍ ସର୍ଭିସେସ୍ ଆଣ୍ଡ ସଲ୍ୟୁସନ୍ସ ମହମ୍ମଦ ଜାଇଘାମ୍ ରବାନି ଏବଂ ବେଙ୍ଗାଲୁରୁ ସ୍ଥିତ ପାରେକ୍ସେଲ୍ ଇଂଟରନ୍ୟାସ୍ନାଲ୍ର ଡଃ ଜଗନ୍ନାଥ ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.