ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା ।
ନିକଟରେ ରାଜ୍ୟସ୍ତରୀୟ ଭୂବନେଶ୍ୱର ସ୍ଥିତ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଶିଷ୍ଠ ଓଡିଶୀ କଣ୍ଠ ସଙ୍ଗୀତ ଭାବେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର- ୨୦୨୦ ରେ ସମ୍ମାନିତ କରାଯାଇ ମାନପତ୍ର ସହ ଉପଢୌକନ ଦେଇ ପୁରସ୍କୃତ ହୋଇଥିବା ପାରଳା ମାଟିର ବରପୁତ୍ର ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷା ଡ. ରୀନା ସାହୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓ ବକ୍ତବ୍ୟରେ କଣ୍ଠଶିଳ୍ପୀ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ବ୍ୟକ୍ତିତ୍ୱ ସହ ତାଙ୍କ ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ । ଗୁରୁ ଶ୍ରୀ ରଘୁନାଥ ପାତ୍ର କଠୋର ସଙ୍ଗୀତ ସାଧନା କିଭଳି ତାଙ୍କୁ ଶୀର୍ଷରେ ପହଞ୍ଚାଇ ପାରିଲା ନିଜ ବକ୍ତବ୍ୟରେ ସେ ବର୍ଣ୍ଣନା କରିଥିଲେ ।
ସମ୍ମାନର ପ୍ରତ୍ୟୁତ୍ତରରେ ଗୁରୁ ରଘୁନାଥ ପାତ୍ର ମଧ୍ୟ ସମଗ୍ର ପାରଳାବାସୀଙ୍କ ଆକୁଣ୍ଠ ଭଲ ପାଇବା ହିଁ ଆଜି ତାଙ୍କ ସମ୍ମାନର ମାଧ୍ୟମର ବୋଲି କହିଥିଲେ ।
ସେହିଭଳି ଅଧ୍ୟାପିକା ଡ. ଭାରତୀ ପାଣିଗ୍ରାହୀ ଗୁରୁ ରଘୁନାଥ ପାତ୍ରଙ୍କ ପ୍ରତିଭା ମହାବିଦ୍ୟାଳୟସ୍ତରରୁ ହିଁ ସୃଷ୍ଟି ହୋଇଥିଲା ବୋଲି କହିଥିଲେ । ଅଧ୍ୟାପିକା ଡ. କଲ୍ୟାଣୀ ମିଶ୍ର ମଧ୍ୟ ଶ୍ରୀ ପାତ୍ରଙ୍କ ସାରସ୍ୱତ ସାଧନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିବା ସହ ସହଯୋଗ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post