ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁ ର ଓ୍ବାଡ ୭ ରେ ଯାଇଥିବା ଡ୍ରେନ ବାଲି ମାଟି ରେ ପୋତି ହୋଇଯାଇଛି। ଯାହା ଫଳରେ ଦୀର୍ଘ ୧ମାସ ହେବ ଗାଁ ଦାଣ୍ଡରେ ନର୍ଦ୍ଦମା ପାଣି ବୋହି ଯାଉଛି।ଆର ଡବ୍ଳୁ ଏସ ଏସ ତରଫରୁ ଗାଁ ରେ ପାନୀୟଜଳ ଯୋଗାଇ ଦିଆଯାଉଛି।ହେଲେ ଅଧିକାଂଶ ଷ୍ଟାଣ୍ଡ ପୋଷ୍ଟ ରେ ଟ୍ଯାପ ନ ଥିବାରୁ ପାଣି ଅନବରତ ବାହାରି ଗାଁ ଦାଣ୍ଡରେ ବୋହି ଯାଉଛି।ଏ ନେଇ ଲୋକେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଯେତେ ଅଭିଯୋଗ କଲେ ଶୁଦ୍ଧା ସୁଫଲ ମିଳୁନାହିଁ।ସେହି ଓ୍ବାଡ ରେ ଡାକଘର ଅଛି। ଲୋକେ ବିଭିନ୍ନ କାମ ପାଇଁ ଡାକଘର କୁ ଆସୁଛନ୍ତି। ଏବଂ କାଦୁଅ ପାଣିରେ ଚାଲୁଛନ୍ତି ତା ସାଙ୍ଗକୁ ମଶା ମାଛି ଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଶିଘ୍ର ଡ୍ରେନ ମରାମତି କରି ଷ୍ଟାଣ୍ଡ ପୋଷ୍ଟ ମାନଙ୍କ ରେ ଟ୍ଯାପ ଲଗାଇ ଦେଲେ ଗ୍ରାମ ବାସୀ ଉପକୃତ ହେବେ ବୋଲି ଗୁଦେରପାଲି ଡାକମାଷ୍ଟର ମାଧବାନନ୍ଦ ଦେବତା ଗାଇସିଲେଟ ବିଡ଼ିଓ ପ୍ରବୀଣ କୁମାର ବଣୁଆଁ ଙ୍କ ପାଖରେ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post