ରାୟଗଡ଼ରୁ ସରୋଜ କୁମାର ସାହୁ: ଏମ୍ଆର୍ଟ୍ ସେଣ୍ଟର ଫର୍ ଆର୍ଟସ୍ ଏଣ୍ଡ୍ କଲଚର୍ ଅଫ୍ ଇଣ୍ଡିଆ, ରାୟଗଡ଼ ତରଫରୁ ବିଦ୍ୟା ନଗର ସ୍ଥିତ ସଂସ୍କୃତି ଭବନ ଠାରେ ଶ୍ରୀ ମାନବାନନ୍ଦ ସରସ୍ଵତୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠାନର ସଭାପତି ଶ୍ରୀ ଯୋଗେଶ୍ୱର ଦାସ ଙ୍କ ସଭାପତିତ୍ବରେ ଶୁଭ ଉଦଘାଟନ ସହ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଉକ୍ତ କାର୍ଯୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ , ସମ୍ମାନୀୟ ଅତିଥି ଭାବେ ରାୟଗଡ଼ ଜିଲ୍ଲା ଲୋକ ସଂପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ , ଓଡ଼ିଶାର ଜଣାଶୁଣା ହାସ୍ୟକାର ଶ୍ରୀ ଟୁନା ଟନଟନ (ପ୍ରଭାକର ମିଶ୍ର), ଶ୍ରୀ ମାନବାନନ୍ଦ ସରସ୍ୱତୀ, ସମାଜସେବୀ ବୋଇଦେଇ ଗମାଙ୍ଗ ମଞ୍ଚାସୀନ ଥିଲେ । ମୂଖ୍ୟ ଅତିଥି ଶ୍ରୀ ପ୍ରଧାନ ଆନୁଷ୍ଠାନିକ ଭାବେ ଫିତା କାଟି ଶୁଭ ଉଦଘାଟନ କରିଥିଲେ ପରେ ଜଗନ୍ନାଥ ଠାରେ ପ୍ରଦ୍ଵିପ ପ୍ରଜ୍ବଳନ କରାଯାଇଥିଲା । ଭଜନ ଗାନ ପରେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ମୁଖ୍ୟ ଏବଂ ସମ୍ମାନୀୟ ଅତିଥିଙ୍କୁ ସମ୍ମାନିତ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ କଳା ଓ ସଂସ୍କୃତି କୁ ନେଇ କୌଣସି ସକ୍ରିୟ ଶିକ୍ଷା ଅନୁଷ୍ଠାନ ନଥିବା ଦୃଷ୍ଟିରୁ ଏହି ଅନୁଷ୍ଠାନ ଦୀର୍ଘ ଚାରି ବର୍ଷ ଧରି କଳା ଶିକ୍ଷାର ପ୍ରଚାର ଓ ପ୍ରସାର କରିଆସୁଅଛି । ଏହି ଅନୁଷ୍ଠାନ କୋଭିଡ୍ କଟକଣା ଯୋଗୁଁ ସରକାରଙ୍କ ନିୟମାବଳୀ ଅନୁସାରେ ସମ୍ପୂର୍ଣ୍ଣ ଭାବେ ବନ୍ଦ୍ କରାଯାଇଥିଲା। ଆଜି ତାହା ପୁନର୍ବାର ଚାଲୁ କରାଯିବା ପାଇଁ ସରକାରଙ୍କ ନିୟମାବଳୀ ଅନୁସାରେ ଶୁଭ ଉଦଘାଟନ କରି ଆରମ୍ଭ କରାଗଲା । ଦକ୍ଷିଣ ଓଡ଼ିଶାରେ କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଅଭିଭକ୍ତ କୋରାପୁଟ ଜିଲ୍ଲାରେ କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେବା ସହିତ ଦକ୍ଷିଣ ଓଡ଼ିଶାର ସଂସ୍କୃତିକୁ ଉତ୍ସାହିତ କରିବା ଏବଂ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁ ଶିଷ୍ୟ ପରମ୍ପରା ଅନୁସାରେ ଶିକ୍ଷାଦାନ କରିବା “ଇ.ସି.ଏ.ସି.ଆଇ” ର ମୁଖ୍ୟ ଉଦେଶ୍ୟ ବୋଲି ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ପ୍ରକାଶ କରିଥିଲେ । ଦକ୍ଷିଣ ଓଡ଼ିଶା ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ଏହି “ଇ.ସି.ଏ.ସି.ଆଇ” ଅନୁଷ୍ଠାନ ତରଫରୁ ଗୁରୁ ଶିଷ୍ୟ ପରମ୍ପରା ଅନୁଯାୟୀ ସାଂସ୍କୃତିକ ଏବଂ ବିଭିନ୍ନ ବୃତ୍ତିଗତ କଳାର ଶିକ୍ଷା ପ୍ରଦାନ କରାଯିବ। ମୁଖ୍ୟତଃ ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ସଙ୍ଗୀତ, ହିନ୍ଦୁସ୍ତାନୀ ସଂଗୀତ, ତବଲା, ମର୍ଦଳ, ସୀତାର, ଭାୟୋଲିନ୍, ବଂଶୀ, ନାଟକ, ଚିତ୍ରକଳା, କରାଟେ, ଯୋଗ, ଆଧୁନିକ ନୃତ୍ୟ ତଥା ଉକ୍ତ ଅନୁଷ୍ଠାନରେ ଅବାସିକ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଆମ୍ଭେ ସରକାରଙ୍କ ପାଖରେ ଉପସ୍ଥାପନା କରୁଛୁ ଏବଂ ଅନୁରୋଧ କରୁଛୁ। ଦକ୍ଷିଣ ଓଡ଼ିଶାରେ ଏକ କଳା ଓ ସାଂସ୍କୃତିକ ଭିତ୍ତିକ କୌଣସି ସକ୍ରିୟ ଅନୁଷ୍ଠାନ ନଥିବା ଦୃଷ୍ଟିରୁ ସରକାର ଯଦି ସହଯୋଗ କରିପାରିବେ ତାହାହେଲେ ଆସନ୍ତା ଦିନରେ ଆମେ ବୃତ୍ତିଗତ ଶିକ୍ଷା ଦେବାରେ ସହାୟକ ହୋଇପରିବୁ। ଏହି ବିଷୟ ନେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଛି । ଯଦି ସରକାରଙ୍କ ସହଯୋଗ ମିଳେ ତାହେଲେ ଉଚ୍ଚକୋଟିର ଶିକ୍ଷା ଦେବାପାଇଁ ଆମର ଅନୁଷ୍ଠାନ ସହାୟକ ହୋଇପାରିବ। ଏହାଦ୍ବାରା ଦକ୍ଷିଣ ଓଡ଼ିଶାର ଯେତେ କଳାକାର ମାନେ ଅଛନ୍ତି ସମସ୍ତେ ଉପକୃତ ହୋଇପାରିବେ ଏବଂ ବୃତ୍ତିଗତ ଯୋଗ୍ୟତା ହାସଲ କରିପାରିବେ। ଏହାହିଁ ଆମର ମୂଳ ଉଦ୍ଦେଶ୍ୟ ରହିଛି ବୋଲି ପ୍ରକାଶ କରିଥିଲେ। ଉକ୍ତ କାର୍ଯୟକ୍ରମରେ ଯୋଗ୍ୟତା ପ୍ରମାଣ ପତ୍ର ଏବଂ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ସମ୍ପାଦିକା ଗୁରୁ ସୁଶ୍ରୀ ସସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଇଞ୍ଜିନିୟର ପ୍ରଣବ ଚୌଧୁରୀ, ଅନୁଷ୍ଠାନ ର ଆଧୁନିକ ନୃତ୍ୟ ଗୁରୁ କୁନାଲ ସିଂ, ସଙ୍ଗୀତଜ୍ଞ ମିହିର ପଟ୍ଟନାୟକ, ନୃତ୍ୟଶିଳ୍ପୀ ମାଧୁରୀ, ନୃତ୍ୟଶିଳ୍ପୀ ମନୀଷା ଗମାଙ୍ଗ, ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post