“ଶାସକ ପ୍ରଶାସକ”ରେ ଖବର ପ୍ରସାରିତ ହେବା ପରେ ତତ୍ପରତା ଦେଖାଇଲେ ଗାଇସିଲାଟ ବିଡ଼ିଓ ।

0

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ବୁଧବାର ଅଚାନକ ପରିଦର୍ଶନ ପାଇଁ ପହଞ୍ଚିଥିଲେ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆଁ। ଶୌଚାଳୟ ଉଦଘାଟନ ପାଇଁ କଣ ମହୁରତ ଖୋଜା ଚାଲିଛି!! ଶିର୍ଷକ ଏକ ଖବର “ଶାସକ ପ୍ରଶାସକ”ରେ ପ୍ରକାଶିତ ହୋଇଥିଲା,ତାକୁ ଦୃଷ୍ଟିରେ ରଖି ଗାଇସିଲେଟ ବିଡ଼ିଓ ଗୁଦେରପାଲି ଆସି ଶୌଚାଳୟ ବୁଲି ଦେଖିଥିଲେ ଏବଂ ସଙ୍ଗେସଙ୍ଗେ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଜୀ ଦେବତାଙ୍କୁ ୨ଦିନ ଭିତରେ ପାଣି ପାଇପ ସଂଯୋଗ କରି ଶୌଚାଳୟକୁ କାର୍ଯ୍ୟ କ୍ଷମ କରିବା ପାଇଁ ଆଦେଶ ଦେଇଥିଲେ। ଶୌଚାଳୟଟି ଦୀର୍ଘ ଏକ ବର୍ଷ ହେଲା ଅଚଲ ହୋଇ ପଡିରହିଛି। ସାଧାରଣ ଲୋକ ଅସୁବିଧା ଭୋଗୁଛନ୍ତି। ଗ୍ରାମ ବାସୀ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଡ଼ିଓ ଙ୍କ ଦୃଷ୍ଟି ଗୋଚର କରିଥିଲେ। ତାଙ୍କ ସହ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ବିଡ଼ିଓ ଶ୍ରୀ ବଣୁଆଁ ଖବରକୁ ଗୁରୁତ୍ବ ସହ ନେଇ ଲୋକଙ୍କ ଉପକାର ପାଇଁ ପଦକ୍ଷେପ ନେଇଥିବାରୁ “ଶାସକପ୍ରଶାସକ ପକ୍ଷରୁ ଗାଇସିଲାଟ ବିଡ଼ିଓଙ୍କୁ ଧନ୍ୟବାଦ ।

 

ପୂର୍ବରୁ ପ୍ରକାଶ ପାଇଥିଲା …….

http://shasakprashasak.com/index.php/state/22773-2021-08-28-04-18-33 

Leave A Reply

Your email address will not be published.