ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ।ଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

0 1

 ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ପ୍ରମୋଦ କୁମାର ମଲ୍ଲିକ ଓ ଭୁବନେଶ୍ଵର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ତାପସ କୁମାର ସାହାଙ୍କ ଅବସର ଗ୍ରହଣ

ଭୁବନେଶ୍ଵର ଜିଲ୍ଲା ସୂଚନା ଓ ଅଧିକାରୀ ଭାବରେ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପଠାଣି ରାଉତଙ୍କ ଅତିରିକ୍ତ ଦାୟିତ୍ଵ ଗ୍ରହଣ

ଭୁବନେଶ୍ଵର:ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ପ୍ରମୋଦ କୁମାର ମଲ୍ଲିକ ଓ ଭୁବନେଶ୍ଵର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ତାପସ କୁମାର ସାହାଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନ। ସଭା ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ଵର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ।ଳୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧିକାରୀ ଦ୍ଵୟଙ୍କୁ ପୁଷ୍ପଗୁଚ୍ଛ,, ଉତ୍ତରୀୟ ଓ ଓଡିଆ କଳାକୃତିର ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧନ। ଦିଆଯାଇଥିଲା । ଏହି ବିଦାୟକାଳୀନ ସଭାରେ ସୂଚନା ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ନିଆଲ, ନକ୍ଷତ୍ର ନ୍ୟୁଜର ପ୍ରତିନିଧି ଶ୍ରୀ ଅଶୋକ କୁମାର ସାହୁ, ଶୋଭନା ମାସିକ ପତ୍ରିକାର ସମ୍ପାଦକ ମାଧବ ବେଉରା,ପ୍ରତିଜ୍ଞା ସାପ୍ତାହିକ ପତ୍ରିକାର ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ, ,ରାଜ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ନିର୍ଦ୍ଦେଶକ ଡଃ ମଲ୍ଲିକ ପୂର୍ବରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଥିଲା ବେଳେ ଉଭୟ ଅଧିକାରୀଙ୍କ ଅବସରରେ ସେମାନଙ୍କ ସହିତ ବିତିଥିବା ଚାକିରି ଜୀବନର ଅନେକ ସ୍ମୃତି ଓ ଅଭିଜ୍ଞତାକୁ ଜିଲ୍ଲା କାର୍ଯ୍ୟ।ଳୟର କର୍ମଚାରୀମାନେ ବଖାଣି ଥିଲେ । ବିଦାୟକାଳୀନ ସଭାରେ କର୍ମଚାରୀବୃନ୍ଦ .ସର୍ବଶ୍ରୀ ଗୌର ଚନ୍ଦ୍ର ମହାପାତ୍ର , ଶକ୍ତି ରଞ୍ଜନ ରାଉତ , ନଗେନ୍ଦ୍ର ସେଠୀ , ଶ୍ରୀମତୀ ଲିପିଶିଖା ମଲ୍ଲିକ , ଦୀପାଳିବାଳ। ଦାସ, ନିମେଇ ଚରଣ ଦାସ , ରାମ ଚନ୍ଦ୍ର ପଲେଇ , ରଥିଆ ନାୟକ , ବିଷ୍ଣୁ ପଟ୍ଟନାୟକ ପ୍ରମୁଖ ଭାବପୂର୍ଣ ବିଦାୟ ପ୍ରଦାନ କରିଥିଲେ ।

ପ୍ରକାଶ ଯୋଗ୍ୟଯେ , ଭୁବନେଶ୍ଵର ଡିଆଇପିଆରଓ ଶ୍ରୀ ସାହାଙ୍କ ଅବସରଗ୍ରହଣ ପରେ ଲୋକସମ୍ପର୍କ ବିଭାଗ ମୁଖ୍ୟ କାର୍ଯ୍ୟ।ଳୟରେ କାର୍ଯ୍ୟରତ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ ଭୁବନେଶ୍ଵର ଜିଲ୍ଲା ସୂଚନା ଓ ଅଧିକାରୀ ଭାବରେ ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.