ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ ।

0 1

ପଦ୍ମପୁର(ଶାସକପ୍ରଶାସକ)-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଶ୍ରୀଯୁକ୍ତ କାଳୀଚରଣ ଦୁବେ ଯୋଗଦାନ କରିଛନ୍ତି । ଶ୍ରୀଯୁକ୍ତ ଦୁବେ ଏହା ପୂର୍ବରୁ ନୂଆପଡା ଜିଲ୍ଲା ଜନଶକ୍ତି ଉଚ୍ଚ ବିଦ୍ୟାଳୟ, ଖଏରାରେ ସିନିୟର ଏସ୍.ଇ.ଏସ୍. ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ଓଡିଶା ସରକାରଙ୍କ ଦ୍ବାରା ସେଠାରୁ ଓ.ଇ.ଏସ୍-୨ ପଦବୀକୁ ପଦୋନ୍ନତି ପାଇଛନ୍ତି । ନୂତନ ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ, ମିନତୀ ଦାଶ, ନିଳୀମାରାଣୀ ମହାନ୍ତି, ଶିକ୍ଷକ ଚିନ୍ତାମଣି ସାହୁ, ଚୌଧୁରୀ ଜୀବନାନନ୍ଦ ସାହୁ, ସୁରେନ୍ଦ୍ର କୁମାର ଭୋଇ, ସୁରେଶ ଚନ୍ଦ୍ର ଚୌହାନ, ଦିପ୍ତୀ ରଂଜନ ମଲ୍ଲିକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ସ୍ବାଗତ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ଦାଶ ମଧ୍ୟ ଏହି ସ୍ବାଗତ ପର୍ବରେ ସାମିଲ ହୋଇଥିଲେ । ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଶ୍ରୀଯୁକ୍ତ ଦୁବେ ସମସ୍ତ ଶିକ୍ଷା କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.