ତହସିଲଦାରଙ୍କୁ ଭେଟି ଦେଲେ ଅଭିଯୋଗ କଲେ ନୂଆଁରାଇପୁର ଗ୍ରାମବାସୀ
ନୟାଗଡ଼(ବିଶ୍ୱଜିତ ନାୟକ) – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳି ପଞ୍ଚାୟତ ଅଧିନ ନୂଆଁରାଇପୁର ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ନୂଆଗାଁ ତହସିଲଦାରଙ୍କୁ ଭେଟି ନିଜ ଗ୍ରାମର ସମସ୍ୟା ବିଷୟରେ ଅବଗତ କରାଇବା ସହ ଆଗକୁ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓଲ୍ହାଇବା ପାଇଁ ଚେତାବନୀ ଦେଇଛନ୍ତି । ନୂଆଁ ରାଇପୁର ଗ୍ରାମର ଦେବୋତ୍ତର ପଡିଆ ଜମିକୁ ଜୋର ଜବରଦସ୍ତ ଡାଳିଆମଡା ଗ୍ରାମବାସୀ ଦଖଲ କରି ଏକ ଶ୍ମଶାନ ଘର ନିର୍ମାଣ କରିବା ପାଇଁ କିଛି କାଯ୍ୟ ଆରମ୍ଭ କରିଥିଲେ । ଉକ୍ତ ସ୍ଥାନରେ ନିର୍ମାଣ ହେଉଥିବା ଶ୍ମଶାନକୁ ରୋକ ଲଗାଇବା ସହିତ 144 ଧାରା ଜାରି କରାଯାଇଥିଲା । ଏହାକୁ ଆମାନ୍ୟ କରି ଡାଳିଆମଡା ଗ୍ରାମବାସୀ ପୁଣି ଦଖଲ କରିବା ସହ ନିର୍ମାଣ କାଯ୍ୟ ଚାଲୁରଖିବା ଅଭିଯୋଗ ହୋଇଛି । ଏପରିକି ତହସିଲଦାରଙ୍କ ଦ୍ଵାରା ପୋତାଯାଇଥିବା ନାଲି ପତାକାକୁ ଉପାଡି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି ।