ନିଳମଣୀ ମିଶ୍ରଙ୍କ ‘ଆମେରିକାରେ କିଛି ଦିନ’ ପୁସ୍ତକ ଲୋକାର୍ପିତ 

0

ନିଳମଣୀ ମିଶ୍ରଙ୍କ ‘ଆମେରିକାରେ କିଛି ଦିନ’ ପୁସ୍ତକ ଲୋକାର୍ପିତ  

ବଲାଙ୍ଗିର  (ନିରୋଜ ମିଶ୍ର)– ସ୍ଥାନୀୟ କୋଶଳ କଳାମଣ୍ଡଲ ସ୍ଥିତ ସଂସ୍କୃତି ଭବନ ପରିସରରେ ଅବସର ପ୍ରାପ୍ତ ପ୍ରଶାସକ ତଥା ବରିଷ୍ଠ  ନାଗରିକ ନିଳମଣୀ ମିଶ୍ରଙ୍କ ପୁସ୍ତକ ‘ଆମେରିକାରେ କିଛିଦିନ’ ର ବିମୋଚନ ସମାରୋହ ଅନୁଷ୍ଠିତ  ହୋଇଯାଇଛି । କବୟିତ୍ରୀ ପ୍ରିୟମ୍ବଦା ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ  ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ  ଶ୍ରୀ ମିଶ୍ରଙ୍କ ପାରିବାରିକ ଜୀବନର ଅନୁଭୁତି ଓ ଆମେରିକାରେ ରହିବାର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି ଏ ପୁସ୍ତକ ତାଙ୍କର ଜୀବନଶୈଳୀର ଏକ ପରିଚୟ ବୋଲି କହିବା ସହ ଅନୁଭୁତିକୁ ସ୍ୁନ୍ଦର ଭାବରେ ଉପସ୍ଥାପିତ କରି ପାରିଥିବା ଏକ ସୁନ୍ଦର ପ୍ରୟାସ ଲେଖକ ଶ୍ରୀ ମିଶ୍ରଙ୍କର ଏହି ଉନ୍ମୋଚିତ ପୁସ୍ତକ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ ଶତପଥି ଏହି ପୁସ୍ତକ ମାଧ୍ୟମରେ ଶ୍ରୀ ମିଶ୍ର ଉଭୟ ନିଜ ଦେଶ ଓ ଆମେରିକାକୁ ଯୋଡିବାର ଏକ ପ୍ରୟାସ କରିଛନ୍ତି ବୋଲି କହିଥିଲେ । ସୁପ୍ରତିଷ୍ଠିତ ସାହିତ୍ୟିକ  କବି ଆନନ୍ଦ ଚନ୍ଦ୍ର ସାହୁ ପୁସ୍ତକର ସମୀକ୍ଷା କରି ବହିଟି ପଢିବା ଆରମ୍ଭ କଲେ ଯଦି ବହି ପାଠକକୁ ଟାଣି ନେଇଯାଏ ଆହୁରି ଆହୁରି ପଢିବା ପାଇଁ ତେବେ ତାହା ଏକ ସଫଳ ପୁସ୍ତକ ବୋଲି କୁହାଯାଇଥାଏ  ଯାହା ଲେଖକ ନିଳମଣୀ ମିଶ୍ରଙ୍କ ପୁସ୍ତକରେ ଅନୁଭୁତ । ସଭାକୁ ସଂଯୋଜନା ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଲେଖକଙ୍କର ପୁତ୍ର ବରିଷ୍ଠ ପରିବେଶବିତ ସଞ୍ଜୟ କୁମାର ମିଶ୍ର । କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ ଶିକ୍ଷାବିତ ଦେବି ପ୍ରସାଦ ମିଶ୍ର, ଲେଖକଙ୍କ ସୁଯୋଗ୍ୟ କନ୍ୟା ସଙ୍ଗୀତା ଉଦଗାତା, ସାମ୍ବାଦିକ ବିରେନ୍ଦ୍ର ଝାଙ୍କର, ସଂସ୍କୃତି ଭବନର କର୍ମଚାରୀ ବିନୋଦ ନାୟକ, ରବି ଗହିର,  ତିର୍ଥ ମାଝୀ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ଶିକ୍ଷା ପ୍ରେମୀ ତଥା ବୁ୍ଦ୍ଧିଜୀବି ଉପସ୍ଥିତ ଥିଲେ । 

Leave A Reply

Your email address will not be published.