ପଦ୍ମପୁର(ଶାସକପ୍ରଶାସକ)-ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ପଦ୍ମପୁର ସବ ଡିଭିଜନର ଝାରବନ୍ଧ, ପାଇକମାଲ, ପଦ୍ମପୁର, ବିଜେପୁର, ଗାଇସିଲେଟ ଅଞ୍ଚଳରେ ଭୟଙ୍କର ମରୁଡି ପରିସ୍ଥିତି ଦେଖା ଦେଇଛି । ଚାଷୀ ମାନେ ଏବେ ମୁଣ୍ଡରେ ହାତ ଦେଇ ବସି ସାରିଲେଣି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ଯ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା, ଚେରଙ୍ଗାଝାଞୀ, ଜାମସେଠ, ଭରୁଆମୁଣ୍ତା, ଡୁଡକିଝରିଆ, ଲୁହୁରେନ ବାହାଲି, ଝାରବନ୍ଧ, ଗଂଜାଡାବର, ମେନକାମୁଣ୍ତା ଆଦି ଗ୍ରାମ ଗୁଡିକୁ ଗ୍ରସ୍ତ କରି ମରୁଡି ପରିସ୍ଥିତି ସମୀକ୍ଷା କରିଥିଲେ । ମାଳ,ବାହାଳ ଜମି ୯୦ ଭାଗ ମରି ସାରିଲାଣି ଆଉ ବର୍ଷା ହେଲେ ମଧ୍ୟ ଧାନ ଗଛ ବଞ୍ଚିବ ନାହିଁ,ଧାନ ଚାଷ ହେବ ନାହିଁ ବୋଲି ଶ୍ରୀ ପୁରୋହିତ ମତ ଦେବା ସହ ତୁରନ୍ତ ପଦ୍ମପୁର ସବ ଡିଭିଜନକୁ ମରୁଡ଼ି ଅଞ୍ଚଳ ଘୋଷଣା ପାଇଁ ଓଡିଶା ସରକାରଠାରେ ଦାବୀ କରିଛନ୍ତି । ୟୁରିଆ ସାରର ଵ୍ୟାପକ କଳାବଜାର ଚାଳିଥିବା ଓ ବସ୍ତା ପ୍ରତି ୟୁରିଆ ସାର ୭ ଶହ ଟଙ୍କାରେ ବିକ୍ରି ହେଉଥିବା ଚାଷୀ ମାନେ ପୂର୍ବତନ ବିଧାୟକଙ୍କ ଠାରେ ଅଭିଯୋଗ କରିଥିଲେ । ୨୧ ବର୍ଷରେ ନବୀନ ସରକାର ର ଶାସନ ଓଡିଶାରେ ଥିବା ସତ୍ତ୍ବେ ଏବଂ ନଦୀ,ନାଳ ଚାରିଆଡେ ବୋହି ଯାଉଥିବା ବେଳେ ଚାଷୀର କ୍ଷେତକୁ ପାଣି ପହଞ୍ଚାଇବାରେ ରାଜ୍ୟ ସରକାର ବିଫଳ ହୋଇଛି ବୋଲି ଶ୍ରୀ ପୁରୋହିତ କ୍ଷୋଭ ପ୍ରକାଶ କରିଛନ୍ତି । ମରୁଡି ଅଞ୍ଚଳ ଅନୁଧ୍ୟାନ ସମୟରେ ବିଜେପି ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀ,ମାଣ୍ଡୋସିଲ ମଣ୍ତଳ ସଭାପତି ଶ୍ରୀ ସଂଜୟ ବେହେରା,ବିରଞ୍ଚି ବେହେରା,ମଦନ ମାଝୀ,ଭଗବାନ ତାଣ୍ତି,ଧରମ ସିଂ,ଜଗନ୍ନାଥ ଧରୁଆ,ନବୀନ କିଶୋର ଧରୁଆ,କମଳ ଧରୁଆ,ଶ୍ରୀମତୀ ବିମଳା ମାଝୀ,ଶ୍ରୀମତୀ ନୟନା ବାଗ ଆଦି ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.