ଭଦ୍ରକ( ସତ୍ୟ ଭୂଷଣ ସ୍ୱାମୀ ) – ବାଳେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଭଦ୍ରକ ଶାଖା ଅଧିନସ୍ଥ କାଉପୁର ସେବା ସମବାୟ ସମିତି ପକ୍ଷରୁ ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସେବା ସମବାୟ ସମିତିର ସଭାପତି ଶ୍ୟାମସୁନ୍ଦର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଦ୍ରକ ଶାଖାର ଏଜିଏମ ଅଶ୍ୱିନୀ କୁମାର ନାୟକ ଯୋଗ ଦେଇ ଚାଷୀମାନେ ବ୍ୟାଙ୍କରେ କିପରି ସୂଚାରୁ ଭାବରେ ତାଙ୍କର ଜମାଖାତା ଖୋଲି ପାରିବେ, ସେ ବିଷୟରେ ଚାଷୀମାନଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ । ଭାଗଚାଷୀମାନେ ସମିତିରୁ କିପରି ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ୧ ଟଙ୍କା ସୁଧ ହାରରେ ଋଣ ପାଇ ପାରିବେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ସଭାପତି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ସମିତି କିପରି ଚାଷୀମାନଙ୍କ ସେବା କରୁଛି, ସେ ବିଷୟରେ ସେ ଅବଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଉପୁର ପଞ୍ଚାୟତର ସମିତି ସଭ୍ୟ ସୁଦାମ ଚରଣ ପ୍ରଧାନ, ଗେଲଟୁଆ ପଞ୍ଚାୟତର ସମିତି ସଭ୍ୟା କନକଲତା ଦାଶ, ସିମତିର ଉପସଭାପତି ରମାମଣି ପଣ୍ଡା, ଦଇସିଂ ପଞ୍ଚାୟତର ସମିତି ସଭ୍ୟା କାମିନୀ ମୁଣ୍ଡା, ସାମାଜିକ କର୍ମୀ ନିତ୍ୟାନନ୍ଦ ଦାଶ, ଓଏଲ୍ଏମର ସିଆରପି ନର୍ମଦା ଦିକ୍ଷିତ ଉପସ୍ଥିତ ଥିଲେ । ସମିତିର ସମ୍ପାଦକ ଭରତ କୁମାର ପାତ୍ର ଓ ସହସମ୍ପାଦକ କିଶୋର କୁମାର ପଣ୍ଡା ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.