ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ଜିଲ୍ଲା ବୋର୍ଡ଼ର ସାଧାରଣ ବୈଠକ ଫୁଲବାଣୀ ଠାରେ ଅନୁଷ୍ଠିତ ଥିଲା I ଏହି ବୈଠକରେ ଜିଲ୍ଲା ବୋର୍ଡ଼ର ସଭାପତି ଜାକିରଉଲ୍ଲା ଖାନ ଜିଲ୍ଲାର ଉପସ୍ଥିତ ସମସ୍ତ କାଯ୍ୟକର୍ତ୍ତା ଯଥା ଏକ୍ସୟୁଟିଭ ସଭାପତି ବାବାମଣି ସାହୁ ଜେନେରାଲ ସେକ୍ରେଟାରୀ ସାମନାଥ ବାଘ, ସିଟି ବୋର୍ଡ଼ର କର୍ମକର୍ତ୍ତା ଧନୁର୍ଦ୍ଧର କହଁର, କୁବେର କହଁର, ସେକ ରିହାଜ଼ୟୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲାରେ ହେଉଥିବା ମାନବଧିକାର ଉଲଂଘନ କାର୍ଯ୍ୟଗୁଡିକ ଉପରେ ନଜର ରଖିବା ସହ ଲୋକଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଗୁଡିକ କିଭଳି ଭାବରେ ସମାଧାନ କରାଯିବ ଗଭୀର ଭାବରେ ଆଲୋଚନା କରିଥିଲେ I ପୁନର୍ବାର ସଭାପତି ମାନବଧିକାର ପରିଷଦର ଲକ୍ଷ୍ୟ ଓ ଆଭିମୁଖ୍ୟ ଏବଂ ଭାବିଷ୍ୟତର ସଚେତନତା କାର୍ଯ୍ୟକ୍ରମ ଗୁଡିକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି I ପ୍ରତ୍ୟେକ ମାସରେ ଦୁଇଟି ସଚେତନ କାର୍ଯ୍ୟକ୍ରମ ବିଭିନ୍ନ ବିଷୟକୁ ନେଇ ଓ଼ଲ୍ଡଏଜ ହୋମ ପାଇଁ ଜାଗା, ଚାଇଲଡ ଲେବର ଓ ଚାଇଲଡ ମେରେଜ ରୋକିବା , ଘରୋଇ ହିଂସା ସମାଧାନ, ସ୍ୱାସ୍ଥ୍ୟ ସଚେତନତା, ବ୍ଲଡ଼ ଡୋନେସନ କ୍ୟାମ୍ପ ଓ କୋଭିଡ-୧୯ର ସଚେତନ, ନିଶା ନିବାରଣ ଓ ଏହାର ଆବଶ୍ୟକତା, ବୃକ୍ଷ ରୋପଣ ଓ ଆବଶ୍ୟକତା, ଶ୍ରମିକ ଓ କର୍ମଚାରୀମାନଙ୍କ ସାମାଜିକ ସୁରକ୍ଷାର ଆଇନ ଉଲଂଘନ ଇତ୍ୟାଦି କାର୍ଯ୍ୟକ୍ରମର ଗୁରୁତ୍ୱକୁ ବୁଝାଇ ଜିଲ୍ଲାରେ ଶୃଙ୍ଖଳା ଭିତିକ ନ୍ୟାୟ ସମ୍ପର୍ଣ୍ଣ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ| ଏଥିରେ ସମସ୍ତେ ହାତ ମିଳାଇ ଏକଜୁଟ ହୋଇ ଜିଲ୍ଲାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଯିବେ ବୋଲି ପ୍ରତିଶୃତି ଦେଇଥିଲେ I
Sign in
Sign in
Recover your password.
A password will be e-mailed to you.