ଏସସିବିରେ ଏକମୋ ଚିକିତ୍ସା ପାଇଲେ ପ୍ରଥମ ରୋଗୀ

0
file photo

ଭୁବନେଶ୍ୱର : ଏସସିବିରେ ଏକମୋ ଚିକିତ୍ସା ପାଇଲେ ପ୍ରଥମ ରୋଗୀ | କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବଡଖିରାର ଅନ୍ନପୂର୍ଣ୍ଣା ନାୟକ(୫୮) ଅନ୍ନପୂର୍ଣ୍ଣା ନାୟକ ପ୍ରଥମ ରୋଗୀ ଭାବେ ଏସସିବିରେ ଏକମୋ ଚିକିତ୍ସା ସୁବିଧା ପାଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ବ୍ୟୟବହୁଳ ଚିକିତ୍ସା ସଂପୂର୍ଣ୍ଣ ନିଃଶୁଳ୍କ ଭାବେ ରାଜ୍ୟବାସୀଙ୍କୁ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଦେଶର ପୂର୍ଵାଚଳର ସର୍ବବୃହତ ଏକମୋ ୟୁନିଟକୁ ନିକଟରେ ଉଦଘାଟନ କରିଥିଲେ | ଉଦ୍ଘାଟନ ପରେ ପ୍ରଥମ ଥର ପାଇଁ କଟକ ବଡ ମେଡିକାଲରେ ଏହି ଚିକିତ୍ସା ପ୍ରଥମ ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଇଛି | ଅନ୍ନପୂର୍ଣ୍ଣା ନାୟକଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେ ଖୁବ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଆମେ କାମନା କରୁଛୁ |

ଓଡିଶା ବାସୀଙ୍କୁ ଉନ୍ନତମାନର ଚିକିତ୍ସା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବଭାରତର ସର୍ବବୃହତ ଏକମୋ ୟୁନିଟ ଉଦ୍ଘାଟନ କରିବା ଯୋଗୁ ଏଭଳି ବ୍ୟୟବହୁଳ ସେବା ନିଶୁଲ୍କ ଭାବେ ଯୋଗାଇଦେବା ସମ୍ଭବ ହୋଇଥିବା ଯୋଗୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଇନ ପଂଚାୟତି ରାଜ- ପାନୀୟଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା |  ଏହାସହିତ ଅନ୍ନପୂର୍ଣ୍ଣା ନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମନ୍ତ୍ରୀ ଶ୍ରୀ ଜେନା | 

Leave A Reply

Your email address will not be published.