ସାର କଳାବଜାରୀ : ରାଶିବେଡା ଗ୍ରାମରେ କୃଷି ବିଭାଗର ଚଢ଼ାଉ , ୫୫୦ ବସ୍ତା ୟୁରିଆ ସାର ଜବତ

0

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ଚାରମାଳ ଥାନା ଅନ୍ତର୍ଗତ ରାଶିବେଡା ଗ୍ରାମରେ ରେଢ଼ାଖୋଲ କୃଷି ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରି ବେଆଇନ ସାର କଳାବଜାରୀ ପାଇଁ ଗଛିତ ରଖିଥିବା ୫୫୦ ବସ୍ତା ୟୁରିଆ ସାର ଜବତ କରିଛି । ସୂଚନାଯୋଗ୍ୟ ଯେ ରାଶିବେଡା ଗ୍ରାମରେ ବେଆଇନ ସାର କଳାବଜାରୀ ଚାଲିଥିବା ଖବରପାଇ ରେଢ଼ାଖୋଲ କୃଷି ବିଭାଗର ଅଧିକାରୀମାନେ ଗ୍ରାମରେ ଚଢ଼ାଉ କରି କ୍ଷମା ସାଗର ସ୍ବାଇଁ ନାମକ ଜଣେ ବ୍ୟକ୍ତି ସାର କଳାବଜାରୀ ପାଇଁ ଗଛିତ ରଖିଥିବା ୫୫୦ ବସ୍ତା ୟୁରିଆ ସାର ଜବତ କରି ଗୋଦାମକୁ ସିଲ୍ କରିଛନ୍ତି । ଏହି ଚଢ଼ାଉରେ ଭଟିଲାଇଜର ଇନ୍ସପେକ୍ଟର ଡିଲେଶ୍ବର ସାହୁ ଓଭରସିୟର ସୁଜାତା ପଣ୍ଡା ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.