ମରୁଡ଼ି ଅଞ୍ଚଳ ପରିଦର୍ଶନ କଲେ ବିଜେପି ପ୍ରତିନିଧିମଣ୍ଡଳୀ

0

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡର ପଦ୍ମପୁର,ପାଇକମାଲ ଓ ଝାରବନ୍ଧ ବ୍ଳକ ଅଣ ଜଳସେଚିତ ଅଞ୍ଚଳ । ଏଠାକାର ଚାଷୀ ବର୍ଷା ଜଳ ଉପରେ ଭରସା କରି ଧାନ ଚାଷ କରିଥାନ୍ତି । ଚଲିତ ବର୍ଷ ଧାନଚାଷ ଆରମ୍ଭରୁ ସ୍ବଳ୍ପ ବର୍ଷା ହେବା କାରଣରୁ ଚାଷରେ ବାଧା ସୃଷ୍ଟି ହେଉଛି । ବର୍ଷା ଅଭାବ କାରଣରୁ ମାଟି ଫାଟି ଆଁ କରିଛି , ଧାନ ଗଛ ଗୁଡ଼ିକ ନାଲି ରଙ୍ଗ ହୋଇ ମରିବାକୁ ଲାଗିଲାଣି । ସ୍ବଳ୍ପ ବର୍ଷା ଯୋଗୁଁ ସାରା ରାଜ୍ୟରେ ବର୍ତ୍ତମାନ ମରୁଡ଼ି ପରିସ୍ଥିତି ଦେଖାଦେଇଛି ।

ଭାରତୀୟ ଜନତା ପାର୍ଟି ସମୀର ମହାନ୍ତିଙ୍କ ନେତୄତ୍ବରେ ଚାରିଗୋଟି ଟିମ ରାଜ୍ୟର ବିଭିନ୍ନ ମରୁଡ଼ି ଅଞ୍ଚଳ ପରିଦର୍ଶନ କରୁଛନ୍ତି । ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୄତ୍ବରେ ଏକ ଟିମ ପଦ୍ମପୁର ନିର୍ବାଚନ ମଣ୍ଡଲିର ପଦ୍ମପୁର, ପାଇକମାଲ,ଓ ଝାରବନ୍ଧ ବ୍ଳକର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଚାଷୀଙ୍କ ସହ ମିଶି ସମସ୍ୟା ବିଷୟରେ ଆଲୋଚନା କରିବା ସହ ସରକାରଙ୍କ ପାଖରେ ମରୁଡ଼ି ଘୋଷଣା ସହ ସମୂର୍ଣ୍ଣ ୠଣ ଛାଡ଼ କରିବା ପାଇଁ ଦାବି ଜଣାଇବେ ବୋଲି କହିଥିଲେ ।

ଆଜିର ଏହି ବିଜେପି ଦଳରେ ବିଜେପି କୄଷକ ମୋର୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବିଧାୟକ ନାଉରି ନାୟକ, ବିଜେପି କୄଷକ ମୋର୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର,ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ସାଂସଦ ପ୍ରତିନିଧି ଚିନ୍ମୟ ପଣ୍ଡା, ବିଜେପି ନେତା ସୁଶାନ୍ତ ମିଶ୍ର,ପଦ୍ମପୁର ବ୍ଳକ ଅଧ୍ୟକ୍ଷ କୁମରମଣି ନାୟକ,ସୌକିଲାଲ ସାହୁ,ମଦନ ପଟେଲ, ନିଲାଞ୍ଚଲ ଦରଓ୍ବାନ ତଥା ଶତାଧିକ କର୍ମୀ ଓ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.