ପଦ୍ମପୁର(ଶାସକପ୍ରଶାସକ)-ସମ୍ଭାବ୍ୟ ମରୁଡିକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଶନିବାର ପଦ୍ମପୁର ଗସ୍ତରେ ଆସୁଥିବା ନେଇ ବିଜେପି କୃଷକ ମୋର୍ଚ୍ଚାର ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଶନିବାର ଦିନ ୧୧ ଘଣ୍ଟା ସମୟରେ ବିଜେପି ବିଧାୟକ ଶ୍ରୀ ନାଉରୀ ନାୟକଙ୍କ ନେତୃତ୍ବରେ ଲୋଇସିଙ୍ଗା ବିଧାୟକ ଶ୍ରୀ ମୁକେଶ ମହାଲିଙ୍ଗ,ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ,ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ,ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ଶ୍ରୀ ଚନ୍ଦ୍ରଶେଖର ପଣ୍ତା,ବରଗଡ ଜିଲ୍ଲା ବିଜେପି ସଭାପତି ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ଦିନ ୧୧ ଘଣ୍ଟା ସମୟରେ ପଦ୍ମପୁର ପହଞ୍ଚିବା ପରେ ବରିକେଲ,ଭେଉଁରିଆ,ଲଖମରା ଆଦି ମରୁଡି ଅଞ୍ଚଳ ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ,ପଦ୍ମପୁର ସବ ଡିଭିଜନ ରେ ଝାରବନ୍ଧ,ପାଇକମାଲ,ପଦ୍ମପୁର,ଗାଇସିଲେ,ବିଜେପୁର,ସୋହେଲା ଆଦି ବ୍ଲକରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି।ହୋଇଛି । ବିଜେପି ୪ଟି ଗଠନ କରି ଓଡିଶା ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.