୧୪୦୩ କିଲୋ ୨୦୦ ଗ୍ରାମ୍ ଭାଙ୍ଗ , ଗାଡି ଜବତ, ଜଣେ ଗିରଫ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ଵରେ ଏଏସଆଇ ପୀତବାସ ଶତପଥୀ ଓ ତାଙ୍କ ଟିମ କମଳାପୁର ଚେକ୍ ଗେଟ ନିକଟରେ ଗାଡି ଯାଞ୍ଚ କରୁଥିବା ବେଳେ ଏକ ମିନି ଟ୍ରକକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ ଗାଡିରୁ ଭାଙ୍ଗ ଜବତ କରିଥିଲେ। ମୋଟ ଭାଙ୍ଗ ୧୪୦୩ କିଲୋ ୨୦୦ ଗ୍ରାମ୍ ହୋଇଥିଲା। ଏଥିରେ ସମ୍ପୃକ୍ତ ଥିବା ଜଣକୁ ଗିରଫ କରାଯାଇଛି ସେ ହେଲେ ଆସିକା ଥାନା ଅଞ୍ଚଳର ଶମ୍ଭୁ ସାହୁ ।
ସେ ଉକ୍ତ ଭାଙ୍ଗ ଅନ୍ତରବା ଅଞ୍ଚଳରୁ ସଂଗ୍ରହ କରି ପୁରୀକୁ ଚାଲାଣ କରାଯାଇ ଥାଆନ୍ତା ବୋଲି କହିଥିଲେ। ଏହି ଭାଙ୍ଗର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି

Leave A Reply

Your email address will not be published.