କଂଟାବାଂଜି/ବଲାଙ୍ଗୀର/ ନିରୋଜ ମିଶ୍ର: କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଗୁରୁବାର ଦିନ ସ୍ଥାନୀୟ ଏନ୍ଏସି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାବନ ମଣ୍ଡଳୀର କଂଟାବାଂଜି ଏନ୍ଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି । ଏପରିକି ସରକାରଙ୍କ ବିଭିନ୍ନ ଯୋଜନାରେ ଆସିଥିବା ଅନୁଦାନ ରାଶି ଠିକ୍ ଭାବେ କାର୍ଯ୍ୟକାରୀ ହୋଇଛି କି ନାହିଁ, ସଂପୃକ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଠିକ୍ଭାବେ ହୋଇଛି କି ନାହିଁ, ଅସଂପୂର୍ଣ୍ଣ କାର୍ଯ୍ୟଗୁଡିକୁ ଯଥା ଶିଘ୍ର ସମାପ୍ତ କରିବା ପାଇଁ ଅଧିକାରୀମାନଙ୍କୁ ତାଗିଦ୍ କରିଛନ୍ତି ବିଧାୟକ ସାଲୁଜା । ଏହି ସମିକ୍ଷା ବୈଠକରେ ସମସ୍ତ ୩ଗୋଟି ବ୍ଲକର ଅଧିକାରୀ ସହ ଜିଲ୍ଲା ପ୍ରଶାସନ ମଧ୍ୟ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.