ଚାରିଜଣ ଜୁଆଡି ସହ ନଗଦ ୧୬୯୦୦ ଟଙ୍କା ଜବତ ।

0

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଥାନା ଅଧିନସ୍ଥ ଗ୍ରାମାଞ୍ଚଳ ମାନଙ୍କରେ ତାସ ର ଜୁଆଖେଳ ଆସର ବ୍ୟାପିବାରେ ଲାଗିଛି l ଏ ପଟେ ସଟ୍ଟା ସେପଟେ ତାସ ର ଜୁଆଖେଳ ରେ ଅନେକ ଲୋକ ଧ୍ୱଂସ ହେଇ ସାରିଲାଣି l ଗତକାଲି ପଦ୍ମପୁର ସହରଠାରୁ ଅନତି ଦୂରରେ ଥିବା ମହୁଲପାଲି ଗ୍ରାମରେ ଏକ ନିରୋଳା ସ୍ଥାନରେ ତାସ ଜୁଆଖେଳ ଚାଲିଥିବା ଖବର ପାଇ ପଦ୍ମପୁର ପୋଲିସ ଚଢାଉ କରିଥିଲେ ଏହି ଚଢାଉରେ ଆମ୍ବବାହାଲ ଗ୍ରାମ ର ଗୋବର୍ଦ୍ଧନ ସାହୁ , ଦୁଷ୍ମନ୍ତ ଦଣ୍ଡସେନା , ମହୁଲପାଲି ର ଭୂମିରାଜ ବରିହା , କୁଡାସିଂହାର ବୁଦ୍ଧ ମେହେର ତାସ୍ ର ଜୁଆଖେଳ (ଟଙ୍କା) ଆସର ଜମାଇଥିବା ସମୟରେ ପଦ୍ମପୁର ଥାନା ରେ କାର୍ଯ୍ୟରତ ଏ.ଏସ.ଆଇ ସନ୍ତୋଷ କୁମାର ସାହୁ ଖବର ପାଇ ଏକ ପୋଲିସ ଦଳ ସହ ଅତର୍କିତ ଚଢ଼ାଉ ବେଳେ ତାଙ୍କ ଠାରୁ ନଗଦ ୧୬୯୦୦ ଟଙ୍କା ମାତ୍ର,୩ଟି ମୋଟର ସାଇକେଲ ,୪ ଟି ମୋବାଇଲ ଫୋନ ସହ ଏକ ସେଟ ତାସ କୁ ଜବତ କରିବା ସହ ପୋଲିସ ଷ୍ଟେସନ କେଶ ନଂ-୧୮୮,୨୬.୦୮.୨୦୨୧ ୟୁ/ଏସ୍-୩ ଆଇନ ବଳରେ ଗିରଫ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ କୁ ଚାଲାଣ କରାଯାଇଥିବା ପଦ୍ମପୁର ଥାନା ଅନ୍ତର୍ଗତ ରାଜେନ୍ଦ୍ର ସିଆଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.