ବଲାଙ୍ଗିର(ନିରୋଜ ମିଶ୍ର) – ଦଳର ପ୍ରତ୍ୟେକ ସଦସ୍ୟ ନିଜ ପଦ ପଦବୀ ଭୁଲି ଲୋକଙ୍କ ପାଇଁ କାମ କରୁଥିବା ବେଳେ ନିଜ ଭିତରେ ଥିବା ସେବା ମନୋଭାବକୁ ଜାଗ୍ରତ କରନ୍ତୁ । ଆଗାମୀ ଦିନରେ କୌଣସି ପ୍ରକାର ପ୍ରାର୍ଥୀ ଚୟନ ହେଉ କି ମନୋନୟନ ହେଉ ସବୁବେଳେ ପ୍ରାର୍ଥୀ ସାଧାରଣ ଲୋକଙ୍କ ଦ୍ୱାରା କେତେ ଗ୍ରହଣିୟ, ଲୋକଙ୍କ ପାଖରେ କେତେ ସେବା କରୁଛି ସେ ସବୁ ମାପଦଣ୍ଡ ହିସାବରେ ବି·ର କରାଯିବ । କୌଣସି ପ୍ରକାର ଦଳୀୟ ବିଶୃଙ୍ଖଳାକୁ ବରଦାସ୍ତ କରାଯାଇପାରିବ ନାହିଁ । ତେଣୁ କଂଗ୍ରେସ ଦଳ ଯେଉଁ ଲକ୍ଷ୍ୟ ନେଇ ତିଆରି ହୋଇଛି ଦଳର ପ୍ରତ୍ୟେକ କର୍ମୀ ଶୃଙ୍ଖଳିତ ହୋଇ ସେ ଲକ୍ଷ୍ୟ ଉପରେ ଫୋକସ କରନ୍ତୁ ଏବଂ ସାଧାରଣ ଜନତାଙ୍କ ସେବା କଲେହିଁ ଆମ ଗ୍ରହଣିୟତା ବଢିବ ବୋଲି ଆଜି ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକରେ ବିଧାୟନ ସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯୋଗ ଦେଇ ଉପସ୍ଥିତ କର୍ମୀମାନଙ୍କୁ କହିଛନ୍ତି । ଜିଲ୍ଲା ପର୍ଯ୍ୟବେକ୍ଷକ ସତ୍ୟଭୂଷଣ ସାହୁ କହିଥିଲେ ଯେ ଆସନ୍ତା ୧୦ ଦିନ ଭିତରେ ପଞ୍ଚାୟତ କମିଟି ଓ ବୁଥ କମିଟି ଗଠନ କରି ନବାନ୍ନ ପରେ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଆୟୋଜନ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକରିଣୀ ବୈଠକରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ ବ୍ଲକ ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା କଂଗ୍ରେସ ଉପ-ସଭାପତି ଇଂ. ରମେଶ ପୁରୋହିତ, ମନୀଷ ମିଶ୍ର, ସନ୍ତକ ବହିଦାର, ଖିରସାଗର ବର୍ମା, ଶୁଶାନ୍ତ ଯୋଷ, ସାଧାରଣ ସଂପାଦକ ରାଧାକାନ୍ତ ଭୋଇ, ଉପେନ୍ଦ୍ର ମିଶ୍ର, ସଂପାଦକ ଶୁଶାନ୍ତ ଷଡଙ୍ଗି, ପପୁ ପାତ୍ର, ଯୋଗେଶ୍ୱର ସାହୁ, ବ୍ଲକ ସଭାପତି ବିକାଶ ପାଣିଗ୍ରାହୀ, ଉମାକାନ୍ତ ସାହୁ, ଅରବିନ୍ଦ ସାହୁ, ରାମ ମିଶ୍ର, ରାମଜି ଚୈାଧୁରୀ, ପତିତାବନ ପଧାନ, ଦୟାନିଧି ମହାକୁର, ହରି ମେହେର, ମହୁଆ ନାଗ, ଉପେନ୍ଦ୍ର ମିଶ୍ର, ଭକ୍ତବନ୍ଧୁ ଦିପ, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ଜୟକୃଷ୍ଣ ମେହେର, ରାମେଶ୍ୱର ରଣା, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଯୁବ କଂଗ୍ରେସ ସଭାପତି ପ୍ରେମ ମିଶ୍ର, ମହିଳା ସଭାନେତ୍ରି ମିଳନୀ ସାହୁ, ପଂଚାୟତରାଜ ସଂଗଠନ ସଭାପତି ଅଜୟ ବାଲି, ଏସ୍ସି ସେଲ ସଭାପତି ଓମ୍ ପ୍ରକାଶ କୁମ୍ଭାର, ଏସ୍ଟି ସେଲ ମୟ ପ୍ରଧାନୀ, ଅମରେନ୍ଦ୍ର ନନ୍ଦ, କୋଷାଧ୍ୟକ୍ଷ ସୁଦିପ ପଟ୍ଟନାୟକ, ମୋହିତ ମିଶ୍ର, କାନ୍ତେଶ୍ୱର ପଧାନ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକାରିଣି ବୈଠକକୁ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ସଂଯୋଜନା କରିଥିବା ବେଳେ ଜିଲ୍ଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post