ଲାୟନ୍ସ କ୍ଲବ୍ ଅଫ୍ ହୀରାକୁଦ ରୋୟଲ୍ସର ସମାବର୍ତ୍ତନ ଉତ୍ସବ

0

ସମ୍ବଲପୁର-ରମାକାନ୍ତ ବିଶ୍ବାଳ : ଲାୟନ୍ସ କ୍ଲବ୍ ଅଫ୍ ହୀରାକୁଦ ରୋୟଲ୍ସ ତରଫରୁ ସମାବର୍ତ୍ତନ ଉତ୍ସବ ସ୍ଥାନୀୟ ଲରପଙ୍କ ସ୍ଥିତ କଳ୍ପତରୁ ସେବାଶ୍ରମରେ ନିରାଡ଼ମ୍ବର ଭାବେ ଆଶ୍ରମର ଅନ୍ତେବାସୀମାନଙ୍କ ସହ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ପୂର୍ବତନ ଡିଷ୍ଟିକ୍ଟ ଗଭର୍ନର ଲାୟନ୍ ବେଣୁ ମାଧବ ଦୋରା ଯୋଗଦାନ କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ଡିଷ୍ଟିକ୍ଟ କୋଷାଧ୍ୟକ୍ଷ ଲାୟନ୍ ପ୍ରଦୀପ ବଂଶଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ୍ କି ବାତରେ ପ୍ରଶଂସା କରିଥିବା ୟୁ-ଟ୍ୟୁବ୍ ସେନ୍ସେସନ୍ ଇସାକ୍ ମୁଣ୍ଡା ଯୋଗଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ସହ ଉତ୍ସର୍ଗ, ସ୍ବଇଚ୍ଛା, ସେବା, ସ୍ବାଭିମାନ ସମ୍ବଲପୁର, ସୋସିଆଲ୍ ଷ୍ଟାର୍ ଭଳି ସାମାଜିକ ଅନୁଷ୍ଠାନ ସହିତ ବ୍ୟକ୍ତି ଗତ ଭାବେ ବରଗଡ଼ର ମୌସମ ମିଶ୍ର, ଡାକ୍ତର ସନ୍ତୋଷ ସାହୁ, ସ୍ବେଚ୍ଛାସେବୀ ସମିକ୍ଷା ମିଶ୍ର, ଶିକ୍ଷକ ରାଜେନ୍ଦ୍ର ସତନାମୀ, ବୁର୍ଲାର ସ୍ବେଚ୍ଛାସେବୀ କୈଳାସ ପ୍ରଧାନ, ହୀରାକୁଦର ଟେଲରିଂ ଶିକ୍ଷକ ସୁଜାତା ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ସଭାପତି କାର୍ତ୍ତିକ କଲେତ, ଗତ ଥରର ସଭାପତି ବିକାଶ ଅଗ୍ରୱାଲ, ପୂର୍ବତନ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ସମ୍ପାଦକ ଅଶୋକ ପଟ୍ଟନାୟକ, କୋଷାଧ୍ୟକ୍ଷ ବିଳାସିନି ନାୟକ, ଉପସଭାପତି ସୁଶାନ୍ତ ପ୍ରଧାନ, ଗଗନଦୀପ ସିଂ, ଜ୍ୟୋତିର୍ମୟୀ ମହାପାତ୍ର, ଉତ୍ତମ କାଞ୍ଜିଆ, ଉତ୍ତମ ବାଗ, ମଞ୍ଜୁ ଓରାମ, ମହେଶ ଗର୍ଡିଆ, କୁନା ବାଗ୍, ସହଦେବ ଓରାମ ପ୍ରମୁଖ ଉପସ୍ଥିତ ରହି ଶପଥ ପାଠ କରିଥିଲେ ।

Leave A Reply

Your email address will not be published.