ମଦ ଦୋକାନ ବିରୋଧରେ ଆନ୍ଦୋଳନ

0

ସମ୍ବଲପୁର/ରମାକାନ୍ତ ବିଶ୍ବାଳ :ହୀରାକୁଦ ସହର ର ୧୧ ନମର ୱାର୍ଡବାସୀ ନିଜ ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ବିରୋଧକରି ପ୍ରଶାସନ ନିକଟରେ ଫେରାଦ କରିଛନ୍ତି । ହୀରାକୁଦ ଶକ୍ତିନଗର ଅଞ୍ଚଳ ଭଲି ଜନବସତି ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ସେମାନେ ଦୄଡ ବିରୋଧ କରି ଏଥିପାଇଁ ଜନ ଆନ୍ଦୋଳନ ତ୍ରିବତର କରିବାକୁ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି । ହୀରାକୁଦ ୧୧ ନମ୍ବର ୱାର୍ଡ ବାସିନ୍ଦା ଙ୍କ ଅଭିଯୋଗ ହେଲା ଯେ ମଦ ଦୋକାନ ଖୋଲିବାକୁ ଥିବା ସ୍ଥାନରୁ ମାତ୍ର ୨୦ ମିଟର ଭିତରେ ମହାନଦୀ ଶିଳ୍ପ ତାଲିମକେନ୍ଦ୍ର, ଛୋଟପିଲାଙ୍କ ପାଇଁ ସ୍କୁଲ , ମନ୍ଦିର ଏବଂ ଏକ ପୋଖରୀ ରହିଛି । ତେଣୁ ମଦଦୋକାନ ଖୋଲିବା ପାଇଁ ଥିବା ସବୁ ନିୟମକୁ ଉଲଙ୍ଘନ କରିବା ସହ ହୀରାକୁଦ ବାହାର ର ଲୋକଙ୍କ ଜାଲ ଦସ୍ତଖତ ନେଇ ମଦଦୋକାନ ଖୋଲାଯାଇଛି ବୋଳି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଜନବସତି ସ୍ଥାନରୁ ଦୂରରେ ମଦ ଦୋକାନ ହେଲେ ଆମର କୌଣସି ଆପତ୍ତି ନାହିଁ ବୋଲି ଅଞ୍ଚଳବାସୀ କହିବା ସହ ଏନେଇ ଜିଲାପାଳଙ୍କ ସମେତ ସମଲପୁର ବିଧାୟକ, ଅବକାରୀ ବିଭାଗ, ବୁର୍ଲା ଏସଡିପିଓ ଏବଂ ହୀରାକୁଦ ଥାନାକୁ ଯାଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ ।

 

Leave A Reply

Your email address will not be published.