ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ କେନ୍ଦୁପତ୍ର ଚୋରା ଚାଲାଣ ବଢିବା ସହିତ ମାଫିଆଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି। କେନ୍ଦୁପତ୍ର ମାଫିଆଙ୍କ ଦାଦାଗିରି ଚରମ ସୀମାରେ ପହଞ୍ଚିଛି। ମାଫିଆ ମାନେ ଭୟଭିତ କରାଇ କେନ୍ଦୁପତ୍ର ବ୍ୟାପକ ଚୋରା ଚାଲାଣ କରୁଛନ୍ତି । ସୋମବାର ଚାରମାଳ ଥାନା ଅଞ୍ଚଳରେ କେନ୍ଦୁପତ୍ର ମାଫିଆମାନେ ଜଣେ ଜଙ୍ଗଲ ବିଭାଗର ଅଧିକାରୀଙ୍କ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ଭୁଜାଲି ଛୁରୀ ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ଏନେଇ ଅଧିକାରୀ ଜଣକ ଚାରମାଳ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଚାରମାଳ ଥାନା କେସ ନମ୍ବର ୧୧୫/୨୧ ରେ ଏକ ମାମଲା ରୁଜୁ ପୂର୍ବକ ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଗୋଟିଏ ପିକ ଅପ ଗାଡି ସହିତ ଡ୍ରାଇଭର ଜଣଙ୍କୁ ଅଟକ ରଖିଥିବା ରେଢାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ(ଏସଡିପିଓ) ପ୍ରଶାନ୍ତ କୁମାର ମେହେର ପ୍ରକାଶ କରିଛନ୍ତି।ଅଭିଯୋଗ ଅନୁଯାୟୀ କେନ୍ଦୁପତ୍ର ମାଫିଆ ମାନେ ଚାରମାଳ ରେଞ୍ଜ ଅଞ୍ଚଳରୁ କେନ୍ଦୁପତ୍ର ଚୋରା ଚାଲାଣ କରୁଥିଲେ । ଖବର ପାଇ ବନବିଭାଗର ଏସିଏଫ ଦେବୀପ୍ରସାଦ ରାଉତ ସଦଳ ବଳେ ଘଟଣା ସ୍ଥଳକୁ ଯାଇଥିଲେ । ମାଫିଆ ମାନେ ବନବିଭାଗ ଅଧିକାରୀ ଆସୁଥିବା ଖବର ପାଇ ଫେରାର ହେବାକୁ ଉଦ୍ୟମ କରିଥିଲେ । ଏପରିକି ସେମାନେ କରଡାପାଳ ଗ୍ରାମ ନିକଟରେ ଏସିଏଫଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ । ଗାଡ଼ିରୁ ଓହ୍ଳାଇ ଏସିଏଫଙ୍କ ଗାଡିକୁ ଭାଙ୍ଗିରୁଜି ଦେଇଥିଲେ । ଖଣ୍ଡା ,ଭୁଜାଲି , ଛୁରୀ ପ୍ରଭୃତି ମାରଣାସ୍ତ୍ର ଦେଖାଇ ଧମକ ଚମକ ଦେଇଥିଲେ ।ଛଅ ଜଣ ମାଫିଆ ଏକ ପିକଅପ ଭ୍ୟାନରେ ଥିବା ଏସିଏଫ କହିଛନ୍ତି । ମାରଣାସ୍ତ୍ର ଧରି ଏଭଳି ଧମକ ଦେଇ ଫେରାର ହୋଇଯାଇଥିବା ବେଳେ ଛଅ ଜଣଙ୍କ ନାମରେ ଚାରମାଳ ଥାନାରେ ମାମଲା ରୁଜୁ ହୋଇଛି । ସେମାନେ ହେଲେ ଚାରମାଳ ଥାନା କରଡାପାଳ ଗ୍ରାମର ଶଙ୍କର୍ଷଣ ଗିରିଙ୍ଗା , ଯୁଜୁମୁରା ଥାନା ଅନ୍ଧାରି ଗ୍ରାମର ଦିଗାମ୍ବର ପ୍ରଧାନ , ସମ୍ବଲପୁର ମୋତିଝରନର ଶାହାଜାନ ଖାଁ (ସଜୁଆ) , ପେନସନ ପଡ଼ାର ଜାହିଦ ଖାଁ , ସମ୍ବଲପୁର ଧର୍ମଶାଳା ଗଳିର ସୁଦାମ ପ୍ରସାଦ ଯାଦବ (ବବୁଆ) , କୁମ୍ଭାରପଡ଼ାର ମହମ୍ମଦ ନୌସଦ ବୋଲି ଜଣାପଡିଛି । କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ ଓଡି ୧୫ ଏମ ୦୮୦୦ ଓ ମାଫିଆ ମାନେ ବ୍ୟବହାର କରିଥିବା ବୋଲେରୋ ଓଆର ୧୫ ପି ୨୮୨୯ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ପ୍ରକାଶ ଥାଉକି କିଛିଦିନ ତଳେ ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଏହି ମାଫିଆ ମାନେ ସେହି ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.