ନିଶା ଚେର ଯାଉଛି ମାଡି, କବଳିତ ହେଉଛନ୍ତି ଯୁବପିଢୀ

0 1

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡର ଗାଇସିଲାଟ ବ୍ଳକ ବରଗଡ଼ ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲାର ସିମାନ୍ତ ଅବସ୍ଥିତ । ଗାଇସିଲାଟ ଥାନା ଅଞ୍ଚଳରେ ସକ୍ରିୟ ହୋଇଛନ୍ତି ନିଶା ବେପାରୀ । ସାଧାରଣତଃ ମଦ,ଗଞ୍ଜେଇ ତା ସହ ବିଭିନ୍ନ ଔଷଧକୁ ନିଶା ଭାବରେ ବ୍ୟବହାର କରିବା ପାଇଁ ଯୁବ ପିଢିକୁ ଉତ୍ସାହିତ କରି ନିଜ ବେପାର ଜମାଇଛନ୍ତି । ମଦ କିମ୍ବା ଗଞ୍ଜେଇ ବ୍ୟବହାର କଲେ ଦୁର୍ଗନ୍ଧ ହୋଇଥାଏ ହେଲେ କରେକ୍ସ,ଇଂଜେକସନ ଓ ଟାବଲେଟ କୁ ନିଶା ଭାବରେ ବ୍ୟବହାର କଲେ କୌଣସି ପ୍ରକାର ଦୁର୍ଗନ୍ଧ ହୋଇନଥାଏ ତେଣୁ ଯୁବ ପିଢି ଏହା ବ୍ୟବହାର କରୁଥିବା ଦେଖିବାକୁ ମିଲୁଛି । ଗାଇସିଲାଟ ଥାନା ଅଞ୍ଚଳ ବଲାଙ୍ଗୀର ଜିଲ୍ଲାର ସିମାନ୍ତବର୍ତୀ ଅଞ୍ଚଳ ଓ ପୋଲିସର ନିଷ୍ରିୟତା ଯୋଗୁଁ ନିଶା ମାଫିଆ ମାନେ ଅବାଧରେ ନିଶା ଔଷଧ ଚାଲାଣ କରିପାରୁଥିବା ଚର୍ଚ୍ଚା ହେଉଛି । ଗାଇସିଲାଟ ଅଞ୍ଚଳରେ ଅବାଧରେ କରେକ୍ସ, ନିଶା ଟାବଲେଟ ଓ ନିଶା ଇଂଜେକ୍ସନ ଉପଲବ୍ଧ ହେଉଥିବା ଦେଖିବାକୁ ମିଲୁଛି ଯାହାର ସୁଯୋଗରେ ଯୁବପିଢ଼ି ଏହା ନିଶା ଆକାରରେ ବ୍ୟବହାର କରି ଅସାମାଜିକ କାର୍ଯ୍ୟ କରିବା ପାଇଁ ମଧ୍ୟ ପଛାଉ ନାହାଁନ୍ତି । ଏହି ଅଞ୍ଚଳରେ ପୋଲିସର କାର୍ଯ୍ୟ କଳାପ ଉପରେ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି କାହିଁକି ନା ପୋଲିସ ପକ୍ଷରୁ ନା କୌଣସି ଯାଗାରେ ଚେକିଂ ଚାଲିଛି ନା ନିଶା ବେପାରୀଙ୍କୁ ପୋଲିସ ଧରୁଛି, ପରୋକ୍ଷରେ ନିଶା ବେପାରୀଙ୍କୁ ପୋଲିସ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି । ଏ ବିଷୟରେ ପୋଲିସ ବିଭାଗ ସଜାଗ ହୋଇ ନିଶା କାରବାର ବନ୍ଦ କରିବା ପାଇଁ ଗାଇସିଲାଟ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି ।

Leave A Reply

Your email address will not be published.