ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଅଞ୍ଚଳରେ ଗଞ୍ଜେଇ କାରବାର ଦିନକୁ ଦିନ ବଢିବାରେ ଲାଗିଛି । ପଦ୍ମପୁର ଉପଖଣ୍ଡ ଓଡ଼ିଶା ଓ ଛତିଶଗଡ଼ ସିମାନ୍ତବର୍ତୀ ଅଞ୍ଚଳ ହୋଇଥିବା କାରଣରୁ ଅବାଧରେ ଗଞ୍ଜେଇ ଚୋରାଚାଲାଣ ତଥା ବିକ୍ରି ହେଉଛି । ଗଞ୍ଜେଇ ଗଛ୍ଛିତ ରଖି ବିକ୍ରି ଅଭିଯୋଗ ହେବାପରେ ଆଜି ପାଇକମାଲ ଅବକାରୀ ବିଭାଗ ସବ ଇନ୍ସପେକ୍ଟର ହେମକାନ୍ତ ସୁନାଙ୍କ ନେତୄତ୍ବରେ ଏକ ଟିମ ପାଇକମାଲ ଥାନା ଯୋଗେନ୍ଦ୍ରନାଥପୁର ଗ୍ରାମର ସୁବାଷ ମିଶ୍ରଙ୍କ ପାଖରୁ ୧୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି । ସେହିପରି ଝାରବନ୍ଧ ଥାନା କାଶିପାଣୀ ଗ୍ରାମର ୨୩ କେଜି ୧୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛନ୍ତି ଏବଂ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.