ପାଟଣାଗଡ଼ ( ଯତୀନ୍ଦ୍ର ନନ୍ଦ ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ତହସିଲ ଅନ୍ତର୍ଗତ ଲୁହାସିଂହା ଠାରେ ଥିବା ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟଟି ଅଧାରୁ ଅଧିକ ଦିନ ବନ୍ଦ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ମତେ , ଲୁହାସିଂହା ଆରଆଇ ସର୍କଲ ଉପରେ ପ୍ରାୟ ୪ ଗୋଟି ପଞ୍ଚାୟତର ଜନସାଧାରଣ ନିର୍ଭର କରୁଥିବା ବେଳେ କିନ୍ତୁ ରାଜସ୍ୱ ନୀରିକ୍ଷକ ଅଧିକାଂଶ ସମୟ ଅନୁପସ୍ଥିତ ରହୁଥିବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଛାତ୍ରଛାତ୍ରୀ ମାନଙ୍କ ଆବଶ୍ୟକ ହେଉଥିବା ଜାତି ପ୍ରମାଣ ପତ୍ର , ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର , ଆୟ ପ୍ରମାଣ ପତ୍ର ଆଦି ସାର୍ଟିଫିକେଟ ପାଇଁ ଆବେଦନ କରିଥିବା ବେଳେ ରାଜସ୍ୱ ନୀରିକ୍ଷକଙ୍କ ଭେରିଫିକେସନ୍ ଏବଂ ଅନ୍ୟାନ୍ୟ ସାର୍ଟିଫିକେଟ, ଜମି ଡିମାରକେସନ ଆଦି କାମ ପାଇଁ ରାଜସ୍ୱ ନୀରିକ୍ଷକଙ୍କର ଆବଶ୍ୟକ ହେଉଥିବା ବେଳେ ଅଫିସ ସମୟରେ ରାଜସ୍ୱ ନୀରିକ୍ଷକଙ୍କର ଦେଖଦର୍ଶନ ମିଳୁନାହିଁ !ଫଳରେ ଛାତ୍ର ଛାତ୍ରୀମାନଙ୍କ ସହ ସାଧାରଣ ଜନତା ହଇରାଣ ହରକତ ହେଉଥିବା ସାଧାରଣ କଥାରେ ପରିଣତ ହୋଇଛି |ଏନେଇ ରାଜସ୍ୱ ନୀରିକ୍ଷକଙ୍କୁ ଯୋଗାଯୋଗ କରିବାରୁ ଅଫିସ ଖୋଲା ହେଉଛି ହେଲେ ମୁଁ ବାହାରେ ଫିଲ୍ଡ ପରିଦର୍ଶନରେ ଅଛି ବୋଲି କହି ଫୋନ୍ କାଟି ଦେଇଥିଲେ । ତେବେ ଦୋଷ ଛଡ଼େଇବା ପାଇଁ ଯେମିତି ପୁରାଦମରେ ପ୍ରୟାସ ଚାଲିଛି ସେମିତି ନିଜ କାର୍ଯ୍ୟକୁ ଠିକରୁପେ ତୁଲାଇଲେ ନିଶ୍ଚିତ ଭାବେ ଲୋକେ ପ୍ରଶଂସା କରିବେ ଏଥିରେ ଦ୍ବିମତ ନାହିଁ । ତେବେ ସରକାର ଏହି ବିଷୟରେ ତଦନ୍ତ କରି ଲଗାମ ବିହୀନକୁ ଲଗାମ କଷି ଉଦାହରଣ ସୃଷ୍ଟି କଲାଭଳି ଦଣ୍ଡରେ ଦଣ୍ଡିତ କରିବା ପାଇଁ ସାଧାରଣରେ ମତ ଶୁଣିବାକୁ ମିଳୁଛି !!!!
Sign in
Sign in
Recover your password.
A password will be e-mailed to you.