ଏଚପି ଗ୍ୟାସ-ଇଣ୍ଡେନ ଗ୍ୟାସ ଦୋକାନୀଙ୍କ ଖଣ୍ଡଯୁଦ୍ଧ : ୩ ଗୁରୁତର

0 2

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନଏସି ହଲଛକ ଠାରେ ଆଜି ଅପରାହ୍ନ ୨ ସମୟରେ ୨ ଗ୍ୟାସ ଯୋଗାଣକାରୀ ଦୋକାନୀଙ୍କ ମଧ୍ୟରେ ହଣାକଟା ହୋଇ ୩ ଜଣ ଗୁରୁତର ହୋଇଛନ୍ତି ।  ଗୁରୁତର ମାନେ ହେଲେ ସଚ୍ଚିକାନ୍ତ ସାହୁ(୨୮) ଏବଂ ଅନ୍ୟ ଗୋଟିଏ ପକ୍ଷ ହେଲେ ରମେଶ ସାହୁ(୩୫) ଓ ସୁରେଶ ସାହୁ (୩୦) । ଗୁରୁତର ମାନଙ୍କୁ ପ୍ରାଥମୀକ ଚିକିତ୍ସା କରାଯିବା ପରେ ନୟାଗଡ଼ ସ୍ଥାନାନ୍ତର କରାଯାଇଥିଲା । ପରେ ଅଧିକ ଗୁରୁତର ସଚ୍ଚିକାନ୍ତ ଓ ରମେଶଙ୍କୁ ଭୁବନେଶ୍ୱର ପଠାଯାଇଥିବା ଜଣାଯାଇଛି । ଫିଲ୍ମିହଲ ଛକ ଠାରେ ସାମ୍ନାସାନ୍ମୀ ହୋଇ ଦୋକାନ କରିଥିବା ୨ ଗ୍ୟାସ ଦୋକାନୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗ୍ରାହକ ଓ ବ୍ୟବସାୟକୁ ନେଇ କନ୍ଦଳ ଲାଗି ରହିଥିଲା । ହେଲେ ଆଜି ଅପରାହ୍ନରେ କୈାଣସି କାରଣକୁ ନେଇ ଉଭୟ ଦୋକାନୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଏଚପି ଗ୍ୟାସ ରିଟେଲର ସଚ୍ଚିକାନ୍ତ ଓରଫ  ବୁନା ସାହୁ ଗୋଟିଏ ଖଣ୍ଡା ଧରି ଇଣ୍ଡେନ ଗ୍ୟାସ ଦୋକାନୀ ରମେଶ ସାହୁଙ୍କୁ ଆକ୍ରମଣ କରିଥିବା ବେଳେ ସେଠାରେ ଉପସ୍ଥିତ ଥିବା ରମେଶର ସାନ ଭାଇ ସୁରେଶ ଗୋଟିଏ ଲୁହା ପାଇପ ଧରି ଭାଇକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । ଏବଂ ସଚ୍ଚିକାନ୍ତ ଠାରୁ ଖଣ୍ଡା ଛଡାଇବାରେ ସକ୍ଷମ ହୋଇଥିଲେ ।ଫିଲ୍ମୀହଲ ଛକ ଓଡ଼ଗାଁ-ବାହାଡାଝୋଲା ମୁଖ୍ୟ ରାସ୍ତାରେ ଉଭୟ ଦୋକାନୀଙ୍କ ମଧ୍ୟରେ କିଛି ସମୟ ପାଇଁ ହଣାକଟାର ଯୁଦ୍ଧ ଲାଗିଥିବା ଦେଖଣାହାରୀ କହିଥିଲେ ।  ଅଭିଯୋଗ ପରେ ପୋଲିସ୍ ତଦନ୍ତ କଲେ ପ୍ରକୃତ ଘଟଣା ପଦାକୁ ଆସିବ ।

Leave A Reply

Your email address will not be published.