ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ପଞ୍ଚାୟତ ଚଣ୍ଡୀଭଟା ଗ୍ରାମ ରେ ଏକ ଗ୍ରୋସେରି ଦୋକାନ ର ଗତ କାଲି ରାତି ରେ ତାଲା ଭାଙ୍ଗି ଭିତର କୁ ପଶି କେତେକ ସାମଗ୍ରୀ ଚୋରି କରିନେଇ ପଳାଇ ଯାଇଥିଲେ।ଏ ସମ୍ପର୍କରେ ଦୋକାନ ମାଲିକ ଆଜି ୨୩/୮ ଦିନ ସୁଶାନ୍ତ ପ୍ରଧାନ ଜଗଦଲପୁର ଥାନା ରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଆସି ଘଟଣା ସମ୍ପର୍କରେ ତଦନ୍ତ କରି
ସମ୍ପୃକ୍ତ ଅଭିଯୁକ୍ତ ସୁଦର୍ଶନ କୁମ୍ଭାର(୨୪)ଏବଂ ଛତିଶଗଡ଼ ରାଜ୍ୟ ର ବସନା ଥାନା ଠାକୁରପାଲି ଗ୍ରାମର ଜିତେନ କୁମ୍ଭାର କୁ ପୋଲିସ ଧରିବାରେ ସମର୍ଥ ହୋଇଥିଲା। ସେମାନଙ୍କୁ ପଚରାଉଚରା କରାଯିବା ପରେ ଥାନା ଅଧିକାରୀ ବିରବର ଭଗତ ଙ୍କ ଠାରେ ରାତ୍ର ୨ଘଣ୍ଟା ସମୟ ରେ ଚୋରି କରିଥିବା କଥା ସ୍ଵୀକାର କରିଥିଲେ।ଏମାନଙ୍କ ବିରୁଦ୍ଧ ରେ କେସ ନଂ୧୧୪/୦୨୧ ଦଫା ୪୫୭/୩୮୦/୩୪ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଜଗଦଲପୁର ପୋଲିସ ପକ୍ଷରୁ ପ୍ରକାଶ ଥାନା ଅଧିକାରୀ ବିରବର ଭଗତ ,ଏ.ଏସ.ଆଇ ସତ୍ୟାନନ୍ଦ ଭୁଏ,ହାବିଲଦାର ଜିତେନ୍ଦ୍ର ଦାଶ, ସ୍ୱରୂପା ବଗାର ତଦନ୍ତ ରେ ସାମିଲ ଥିଲେ।ଜଗଦଲପୁର ଥାନା ରେ ଅଳ୍ପଦିନ ଭିତରେ ଯୋଗ ଦେବା ପରେ ଥାନା ଅଧିକାରୀ ଶ୍ରୀ ଭଗତ ଅଞ୍ଚଳରେ ଏକ ସ୍ବଭାବିକ ଅବସ୍ଥା ଆସିଥିବାରୁ ଖୁସି ର ମାହୋଲ ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.