ପଦ୍ମପୁର(ଶାସକପ୍ରଶାସକ)- ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସର ରେ ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଓ ଏକ ବିଶାଳ କବି ସମ୍ମିଳନୀ ଧୁମ୍ ଧାମ ରେ ପଦ୍ମପୁର ର ବୁବୁଡ଼ା ସ୍ଥିତ ମାଉସୀ ମା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପଦ୍ମପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି, ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ମୁଖ୍ୟ ବକ୍ତା ଏବଂ ଶ୍ରୀଯୁକ୍ତ ଡ଼ଃ ପ୍ରମୋଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ରାଜୁ ଘିବେଲା ଓ ସଂପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମହାନ୍ତି ଙ୍କ ଅନୁମୋଦନ କ୍ରମେ ସୋନପୁର ଜିଲ୍ଲା ର ଯୁବ କବି ଶ୍ରୀଯୁକ୍ତ ରାଧାମୋହନ ପୂଜାହାରୀ ଙ୍କୁ ଅନୁଷ୍ଠାନ ର ଉପ ସଭାପତି ଘୋଷିତ କରାଯାଇଥିଲା । ସିର୍ଜିନା ମେହେର ସମ୍ମାନ ଶ୍ରୀ ଶେଷ ଦେବ ମେହେରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଶ୍ରୀ ପ୍ରଦୀପ କୁମାର ପୁରୋହିତ ସମ୍ମାନିତ କରିଥିଲେ । ଶ୍ରୀ ଶୁକଦେଵ ସାହୁ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶ୍ରୀ ଶଙ୍କର ଶତପଥୀ ନାଟ୍ୟକାର ଅଶୋକ କୁମାର ବହିଦାର, ଡ଼ ଅବନୀ କାନ୍ତ ସାହୁ ,ଭୀଷ୍ମଦେଵ ସାହୁ , ସୁରଜ ସାହୁ ,ଭଗବାନ ମଲ୍ଲିକ ଚନ୍ଦନ ସାହୁ ପୌଳସ୍ତ୍ୟ ସହା ପ୍ରମୁଖ ଯୋଗଦାନ କରିଥିଲେ । ଏହି ଉତ୍ସବ ରେ ଶତାଧିକ କବି କବୟିତ୍ରୀ ଉପସ୍ଥିତ ରହି ସ୍ବରଚିତ କବିତା ପାଠ କରିଥିଲେ । ସମସ୍ତଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କବି ଭୀଷ୍ମଦେବ ସାହୁ ମଞ୍ଚ ପରିଚାଳନା କରିଥିଲେ । ଶେଷରେ କବି ଶଙ୍କର ଶତପଥୀ ଧନ୍ୟବାଦ ଜ୍ଞାପନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post