ଆଫଗାନିସ୍ଥାନରୁ ଭାରତୀୟଂକୁ ଉଦ୍ଧାର ପ୍ରକ୍ରିୟା ଜାରି : ସ୍ୱତନ୍ତ୍ର ବିମାନରେ ସ୍ବଦେଶ ଫେରୁଛନ୍ତି ଭାରତୀୟ

0

ନୂଆଦିଲ୍ଲୀ : ଆଫଗାନିସ୍ଥାନରୁ ଭାରତୀୟଂକୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍ୱତନ୍ତ୍ର ବିମାନରେ ସ୍ବଦେଶ ଫେରୁଛନ୍ତି ଭାରତୀୟ | କାବୁଲରୁ ସ୍ଥାନାନ୍ତରିତ ଭାରତୀୟଙ୍କୁ ନେଇ ଦୁଇଟି ବିମାନ ଆଜି ସକାଳେ ତାଜିକିସ୍ତାନର ରାଜଧାନୀ ଦୁଶାନବେ ଏବଂ କତାରର ଦୋହା ଠାରୁ ଦିଲ୍ଲୀରେ ଅବତରଣ କରିଛି।
ଏକ ଟୁଇଟ୍‌ରେ ଵୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏ ବିଷୟରେ ସୂଚନା ଦେଇଛନ୍ତି | ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ଆରଟି- PCR ପରୀକ୍ଷା ଦେବାକୁ ପଡିବ ବୋଲି ଏକ ବରିଷ୍ଠ ସରକାରୀ ସୂତ୍ରରୁ ପ୍ରକାଶ।
ଭାରତ ସମସ୍ତ ଦୂତାବାସର କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇସାରିଥିବା ବେଳେ ଆନୁମାନିକ ଭାବେ ୧୦୦୦ରୁ ଉର୍ଧ୍ଵ ଭାରତୀୟ ନାଗରିକ ଆଫଗାନିସ୍ତାନ ସହରରେ ଫସି ରହିଛନ୍ତି।

Leave A Reply

Your email address will not be published.