ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ)ରେ ୬ଦିନ ଧରି ଚାଲିଥିବା “ମାଳତୀ ଝୁଲଣ ଯାତ୍ରା”ର ଆଜି ହେଉଛି ଉଦଯାପିତ।
ଶ୍ରାବଣ ମାସର ଶୁକ୍ଳ ପକ୍ଷ ଦଶମୀ ଠାରୁ ଆରମ୍ଭ ହୋଇ ରାକ୍ଷୀ ପୂର୍ଣ୍ଣିମା ଯାଏଁ ଏହି “ମାଳତୀ ଝଲଣ ଯାତ୍ରା” ଅନୁଷ୍ଠିତ ହୋଇଥାଏ।
ଏହି ଉତ୍ସବର ମୂଳଲକ୍ଷ୍ୟ ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ପରେ ପରେ ବର୍ଷା ଋତୁର ଆଗମନରେ ବୃନ୍ଦାବନର ଶ୍ୟାମଳ ଶୋଭାକୁ ଦେଖି କରି ଗୋପୀମାନଙ୍କ ମନରେ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କୁ ଝୁଲଣ ବିହାର କରାଇବା ପାଇଁ ଇଛା ଜାଗୃତ ହେଲା , ସେତେବେଳେ ପୂର୍ଣ୍ଣିମାସୀ ଓ ବୃନ୍ଦାଦେବୀ ବୃନ୍ଦବନକୁ ବିଭିନ୍ନ ଫଳ ଓ ପୁଷ୍ପରେ ସଜାଇ ଥିଲେ।
ଏହି ଉତ୍ସବକୁ ସ୍ମରଣ କରି ବିଭିନ୍ନ ଆଚାର୍ଯ୍ୟ ମାନଙ୍କ ପରମ୍ପରା ଅନୁସାରେ ଶହ ଶହ ବର୍ଷ ଧରି ଏହି ଯାତ୍ରା ପାଳିତ ହୋଇ ଆସୁଛି । ଏହି ଉତ୍ସବଟି ମାଳତୀ ଫୁଲ ଦ୍ୱାରା ସାଜସଜା ଠାକୁର ଶ୍ରୀରାଧାକୃଷ୍ଣଙ୍କୁ ଝୁଲଣ କୁଞ୍ଜରେ ବିଜେ କରାଇ ତାଳ , ମୃଦଙ୍ଗ, ଘଣ୍ଟ , ଶଙ୍ଖ ଧ୍ୱନିରେ ପାରମ୍ପାରିକ ନୀତିରେ ନୀତିକାନ୍ତ କରାଯାଇଥାଏ ।
ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠରେ ଶହେ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ଯାତ୍ରା ପାଳିତ ହୋଇ ଆସୁଛି । ଶ୍ରୀରାଧାକୃଷ୍ଣ ଦୁହେଁ ଝୁଲଣ କୁଞ୍ଜରେ ବିଜେ ପରେ ପ୍ରତିଦିନ ସନ୍ଧ୍ୟାରେ ଭକ୍ତି ସଂଗୀତ , ନୃତ୍ୟ , ଦାସକାଟିଆ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।
ଏହି ଉତ୍ସବକୁ ମଠର ମହନ୍ତ ମହାରାଜ ଶ୍ରୀ ମଦନ ଗୋପାଳ ଦାସଜୀ , ବାବାଜୀ ଅଦ୍ୱେତ ଚରଣ ଦାସଜୀ , ବାବା ମଧୁସୁଦନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ କୋଭିଡ୍ ନିୟମ ଅନୁଯାୟୀ ପାଳିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.