ପଦ୍ମପୁରରେ ଯୁବ ଜନତା ଦଳର ସାଙ୍ଗଠନିକ ବୈଠକ

0 2

ବରଗଡ/ପଦ୍ମପୁର: ଆଜି ପଦ୍ମପୁର ନିର୍ବାଚନ ମଣ୍ଡଲିର ରାଜବୋରାସମ୍ବର୍ ବ୍ଲକ ଓ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଯୁବ ଜନତାଦଳର ସମସ୍ତ ସଦସ୍ୟଙ୍କୁ ନେଇ ବିଜୁ ଯୁବ ଜନତାଦଳ ରାଜବୋରାସମ୍ବର୍ ବ୍ଲକ ସଭାପତି ମନୋରଞ୍ଜନ ପୁରୋହିତ ଙ୍କ ସଭାପତିତ୍ବ ରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ବରଗଡ଼ ବିଜୁ ଯୁବ ଜନତା ଦଳର ବରଗଡ଼ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ଯୁବ ନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ବରିଷ୍ଠ ଆଇନଜୀବି ଉମେଶ ସାହୁ , ବିଜୁ ଜନତା ଦଳ ପଦ୍ମପୁର  ଏନଏସି ସଭାପତି ପ୍ରିତମ ମେହେର , ବିଜୁ ଜନତା ଦଳ ପଦ୍ମପୁର ସଭାପତି ପରମାନନ୍ଦ ଶାହା , ପଦ୍ମପୁର ବିଧାୟକ ପ୍ରତିନିଧି ପ୍ରଶାନ୍ତ ମହାନ୍ତି ଓ ବିଜୁ ଯୁବ ଜନତାଦଳ ବରଗଡ଼ ଜିଲ୍ଲା ଉପସଭାପତି ନବ ବରିହା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଜିଲ୍ଲା ସମ୍ପାଦକ ଭରତ ପଣ୍ଡା ଓ ଅଚ୍ୟୁତା ନନ୍ଦ ସେଠ୍,ପିଙ୍କୁ ବେହେରା ଏନ୍ ଏ ସି ସଭାପତି ସୌମ୍ୟ ହୋତା  ଡିଜିଟାଲ ସମ୍ପାଦକ ସରଜୁ ପଟ୍ଟନାୟକ , ଆଇ ଟି ସଂଯୋଜକ ଚନ୍ଦନ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଗୁଡିକ ସଠିକ୍ ଲୋକଙ୍କ ପାଖରେ କେମିତି ପହଞ୍ଚି ପାରିବ , ଲୋକେ କେମିତି ଉପକୃତ ହେବେ , ସୋସିଆଲ ମିଡ଼ିଆ ରେ କେମିତି ବରଗଡ଼ ଜିଲ୍ଲା ର ସମସ୍ତ ବ୍ଲକ୍ , ଏନ ଏ ସି , ପଞ୍ଚାୟତ ରେ ଯୁବ ଭାଇ ମାନେ ଆଗ୍ରଣି ରହିବେ , ବିରୋଧୀ ଦଳ ଗୁଡିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଯୋଜନା ବିଷୟରେ କରୁଥିବା ମିଥ୍ୟା ପ୍ରଚାର କୁ ବନ୍ଦ କରି ଲୋକଙ୍କୁ ସଠିକ୍ ତଥ୍ୟ ଦେଇ ଲୋକଙ୍କୁ ସଚେତନା କରିବା ଏପରି ଅନେକ ବିଷୟ ରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.