ଭୁବନେଶ୍ୱର( ଶାସକ ପ୍ରଶାସକ) ଯାଜପୁର ଜିଲ୍ଲାର ଜଣେ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ଘଡେ଼ଇଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଦଳରୁ ଆଜି ବହିଷ୍କାର କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି | ସୂଚନାଯୋଗ୍ୟ, ଦଳରୁ ବହିଷ୍କୃତ ହୋଇଥିବା ଧରଣୀଧର ବିଜେଡି ଟିକେଟରେ କୋରେଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକର ୩ ନମ୍ବର ଜିଲ୍ଲା ପରିଷଦ ଜୋନରୁ ନିର୍ବାଚିତ ହୋଇଥିଲେ |
