କାବୁଲରେ ଝିଅ ଜ୍ବାଇଁ ନାତି ନାତୁଣି, ସମ୍ବଲପୁରରେ ଚିନ୍ତାରେ ମା

0 2

ସମ୍ବଲପୁର-ରମାକାନ୍ତ ବିଶ୍ବାଳ : କାବୁଲରେ ଝିଅ ଜ୍ବାଇଁ ଓ ନାତି ନାତୁଣି ଥିବାରୁ ସମ୍ବଲପୁର ମାଟିରେ ଝୁରୁଛନ୍ତି ମାଁ । ଆପଗାନିସ୍ଥାନ କାବୁଲରେ ତାଲିବାନ ଆତଙ୍କୀ ପରେ ଦେଶ ଛାଡି ହଜାର ହଜାର ଲୋକ ପଲାୟନ କରୁଛନ୍ତି । ସମ୍ବଲପୁର ଝିଅ ସକିଲା ବାନୁ କାବୁଲରେ ଥିବାରୁ ପରିବାର ଚିନ୍ତା ଅଧିକ ବଢିଯାଇଛି । ଗତ ଦୁଇ ମାସ ହେବ ମାଁ ଝିଅ ସହ ଯୋଗାଯୋଗ କରିପାରୁନାହିଁ ।ସମ୍ବଲପୁର ମୋତିଜିର‍ା ଅଂଚଳର ଜୁହୁରା ବେଗମ ଙ୍କ ଝିଅ ସକିଲା ବାନୁ କାବୁଲ ଯୁବକ ଆତଉଲ୍ଲା ଖାନ ସମ୍ବଲପୁରରେ ରହୁଥିବା ସମୟରେ ପ୍ରେମ ବିବାହ କରିଥିଲେ । ବିବାହ ପରେ ଦୁହେଁ ସ୍ବାମୀ ସ୍ତ୍ରୀ ପିଲା ଛୁଆ ଙ୍କୁ ଧରି ଆଫଗାନିସ୍ଥାନ କାବୁଲ କୁ ଯାଇରହିଥିଲେ । ଦିର୍ଘ ୧୨ ବର୍ଷ ହେବ ଦୁହେଁ ସମ୍ବଲପୁର କୁ ଆଉ ଫେରିନଥିଲେ ।

ମାଁ ଜୁହୁରା ବେଗମ ଝିଅ ସକିଲା ବାନୁ ସହିତ ଫୋନରେ ଅନେକ ସମୟରେ କଥା ହୋଇଥାନ୍ତି । ହେଲେ ଗତ ୨ ମାସ ହେବ ଝିଅ ସହ କଥାବର୍ତ୍ତା ହୋଇାନାହାନ୍ତି । ତାଲବାନୀ ଆତଙ୍କୀ ହମଲା ଘଟଣା ଜାଣିବାପରେ ମାଁ ଅଧିକ ଚିନ୍ତା ବଢିଯାଇଛି ।ଏବେ ତାଙ୍କ ଝିଅ ଜ୍ବାଇ ଙ୍କୁ ଫୋନ ମଧ୍ୟ ଲାଗୁନାହିଁ କି କୌଣସି ଯୋଗା ଯୋଗା ହୋଇପାରୁନାହିଁ ।ଏଭଲି ସ୍ଥିତିରେ ଝିଅ , ଜ୍ବାଇ ଓ ନାତି ନାତୁଣି କିଭଲି ସେଠାରେ ଥିବେ ନା କୁଆଡେ ପଲାୟନ କଲେ ବୋଲି ମାଁ ଜୁହୁରା ବେଗମ କହିଛନ୍ତି । ଝିଅ କୁ ଫେରାଇ ଆଣିବାପାଇ କାକୁତି ମିନତି ହୋଇ ନିବେଦନ କରିଛନ୍ତି ମାଁ।

Leave A Reply

Your email address will not be published.