ଜଷ୍ଟିସ ବି ଭି ନାଗରତ୍ନା ହୋଇପାରନ୍ତି ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି

0 2

 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଜଷ୍ଟିସ୍ ବି ଭି ନାଗରତ୍ନା ପ୍ରଥମ ମହିଳା ଭାବରେ 2027 ମସିହାରେ ଭାରତର ପ୍ରଧାନ ବିଚାରପତି ହେବେ।
ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର କଲେଜିୟମ ନଅ ଜଣ ବିଚାରପତିଙ୍କ ନାମକୁ ସର୍ବୋଚ୍ଚ ନ୍ୟାୟାଳୟ ପାଇଁ ସୁପାରିଶ କରିଛନ୍ତି। ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ବି ଭି ନାଗରତ୍ନାଙ୍କ ନାମ ମଧ୍ୟ କଲେଜିୟମ୍ ସୁପ୍ରିମକୋର୍ଟ ପାଇଁ ସୁପାରିଶ କରିଛି। ସୁପାରିଶ ତାଲିକାରେ ଆଉ ଦୁଇଜଣ ମହିଳା ବିଚାରପତିଙ୍କ ନାମ ସୁପାରିଶ କରାଯାଇଛି | ସେମାନେ ହେଲେ  ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହିମା କୋହି ଏବଂ ଗୁଜୁରାଟ ହାଇକୋର୍ଟର ବିଚାରପତି  ଜଷ୍ଟିସ୍ ବେଲା ତ୍ରିବେଦୀ | 
ଅବସର ପୂର୍ବରୁ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଏସ୍ ବୋବଡେ କହିଥିଲେ ଯେ “ଭାରତରେ ମହିଳା ପ୍ରଧାନ ବିଚାରପତି ହେବାର ସମୟ ଆସିଛି। ଆମ ମନରେ ମହିଳାଙ୍କ ପ୍ରସଙ୍ଗରେ ଆମେ ଯତ୍ନଶୀଳ ରହିଛୁ ଏବଂ ଆମେ ଏହାକୁ ସର୍ବୋତ୍ତମ ଭାବରେ କାର୍ଯ୍ୟକାରୀ କରୁଛୁ। ଆମ ଭିତରେ ମନୋଭାବରେ କୌଣସି ପରିବର୍ତ୍ତନ ହୋଇନାହିଁ। କେବଳ ଭଲ ପ୍ରାର୍ଥୀ ପାଇବାକୁ ଅପେକ୍ଷା” ବୋଲି ଜଷ୍ଟିସ ବୋବଡେ ଏପ୍ରିଲରେ କହିଥିଲେ।
ଜଷ୍ଟିସ ନାଗରତ୍ନାଙ୍କୁ 2008 ମସିହାରେ କର୍ଣ୍ଣାଟକର ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ବେଳେ ପ୍ରାୟ ଦୁଇ ବର୍ଷ ପରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା।

Leave A Reply

Your email address will not be published.